ନିରବଙ୍କ ପାଇଁ ପିଏନ୍‌ବିର ବିପୁଳ କ୍ଷତି

ନୂଆଦିଲ୍ଲୀ: ହୀରା ବ୍ୟବସାୟୀ ନିରବ ମୋଦିଙ୍କ ଠକେଇ ପାଇଁ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କକୁ ବଡ଼ ଧରଣର କ୍ଷତି ସହିବାକୁ ପଡ଼ିଛି। ବ୍ୟାଙ୍କ ପକ୍ଷରୁ ଆଜି ୨୦୧୭-୧୮ ଆର୍ଥିକ ବର୍ଷର ଜାନୁଆରି-ମାର୍ଚ୍ଚ ଅବଧିର ଆର୍ଥିକ ଫଳାଫଳ ଘୋଷଣା କରାଯାଇଛି। ଏହି ଅବଧିରେ ବ୍ୟାଙ୍କ ୧୩,୪୧୭ କୋଟି ଟଙ୍କାର କ୍ଷତି କରିଥିବା କୁହାଯାଇଛି। ବ୍ୟାଙ୍କର ଇତିହାସରେ ଏହା ସବୁଠୁ ବଡ଼ କ୍ଷତି। ୨୦୧୬-୧୭ ଆର୍ଥିକ ବର୍ଷର ଉପରୋକ୍ତ ଅବଧିରେ ବ୍ୟାଙ୍କ ୨୬୨ କୋଟି ଟଙ୍କାର ନିଟ୍‌ ଲାଭ କରିଥିଲା। ଦେଶର ଏହି ଚତୁର୍ଥ ବୃହତ୍‌ ବ୍ୟାଙ୍କର ଅନାଦାୟ ଋଣ ପରିମାଣ ମଧ୍ୟ ମାତ୍ରାଧିକ ଭାବେ ବୃଦ୍ଧି ପାଇଛି। ୨୦୧୭ ମାର୍ଚ୍ଚ ସୁଦ୍ଧା ମୋଟ ଅନାଦାୟ ଋଣ ବା ଏନ୍‌ପିଏ ରାଶି ପରିମାଣ ବ୍ୟାଙ୍କର ମୋଟ ଅଗ୍ରିମ ରାଶିର ୧୮.୩୮%କୁ ଏବଂ ନିଟ୍‌ ଏନ୍‌ପିଏ ୧୧.୨୪%କୁ ବୃଦ୍ଧି ଘଟିଛି।

ସମ୍ବନ୍ଧିତ ଖବର