ବିଶ୍ୱମୋହନ ମହାପାତ୍ର ‘ଏନ୍‌ପିସିଆଇ’ର ନୂଆ ଅଧ୍ୟକ୍ଷ

ଭୁବନେଶ୍ୱର: ନ୍ୟାସନାଲ ପେମେଣ୍ଟ କର୍ପୋରେସନ୍‌ ଅଫ୍‌ ଇଣ୍ଡିଆ (ଏନ୍‌ପିସିଆଇ)ର ଅଣ କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଭାବେ ବିଶ୍ୱମୋହନ ମହାପାତ୍ର ନିଯୁକ୍ତି ପାଇଛନ୍ତି। ଶ୍ରୀ ମହାପାତ୍ରଙ୍କ ଘର ପୁରୀ ଜିଲ୍ଲାରେ। ଫେବ୍ରୁଆରି ୮ ତାରିଖରୁ ୨ ବର୍ଷ ପାଇଁ ସେ ଏହି ପଦରେ କାର୍ଯ୍ୟ କରିବେ। ଜଣେ ଓଡ଼ିଆ ଭାବେ ଶ୍ରୀ ମହାପାତ୍ର ଏଭଳି ଗୁରୁତ୍ୱପୂର୍ଣ୍ଣ ପଦବିରେ ନିଯୁକ୍ତି ପାଇପାାରିଛନ୍ତି। ରିଜର୍ଭ ବ୍ୟାଙ୍କର କାର୍ଯ୍ୟନାର୍ବାହୀ ନିର୍ଦେଶକ ପଦରେ ୨୦୧୪ ଅଗଷ୍ଟ ପର୍ଯ୍ୟନ୍ତ ସେ କାର୍ଯ୍ୟ କରୁଥିଲେ। ଏହପାରେ ଇଡେଲଓ୍ଵିସ୍‌ ଫାଇନାନ୍ସିଆଲ ସର୍ଭିସେସ୍‌ ଲିମିଟେଡରେ ସ୍ୱାଧୀନ ନିର୍ଦେଶକ ରହିଥିଲେ। ଜବାହରଲାଲ ବିଶ୍ୱବିଦ୍ୟାଳୟରୁ ଏମ୍‌ଏ, ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଏମ୍‌ବିଏ ଏବଂ ଆମେରିକାର ଆର୍ଥର ଡି. ଲିଟିଲ ମ୍ୟାନେଜମେଣ୍ଟ ଏଜୁକେସନ୍‌ ଇନ୍‌ଷ୍ଟିଚ୍ୟୁଟ୍‌ରୁ ସେ ଏମ୍‌ଏସ୍‌ଏମ୍‌ (ମାଷ୍ଟର୍‌ ଅଫ୍‌ ସାଇନ୍ସ ଇନ୍‌ ମ୍ୟାନେଜମେଣ୍ଟ୍‌) ଡିଗ୍ରି ହାସଲ କରିଛନ୍ତି।

ସମ୍ବନ୍ଧିତ ଖବର