ବିଟ୍‌କଏନ୍‌ ନିବେଶକଙ୍କୁ ଟିକସ ନୋଟିସ୍‌

ନୂଆଦିଲ୍ଲୀ,: ବିଟ୍‌କଏନ୍‌ ଭଳି କ୍ରିପ୍ଟୋକରେନ୍ସିରେ ନିବେଶ କରିଥିବା ପ୍ରାୟ ୧ ଲକ୍ଷ ବ୍ୟକ୍ତିଙ୍କୁ ଆୟକର ବିଭାଗ ନୋଟିସ ପଠାଇଛି। ଆଗକୁ ଏହିଭଳି ନୋଟିସ ପ୍ରଦାନ ମଧ୍ୟ ଜାରି ରହିବ ବୋଲି ସିବିଡିଟି ଅଧ୍ୟକ୍ଷ ସୁଶୀଲ ଚନ୍ଦ୍ରା କହିଛନ୍ତି। ଯେଉଁମାନେ କ୍ରିପ୍ଟୋକରେନ୍ସିରେ ନିବେଶ କରିଛନ୍ତି ଓ ସେଥିରୁ କରିଥିବା ଲାଭ ବାବଦ ଆୟକୁ ଘୋଷଣା କରିନାହାନ୍ତି ସେହି ବ୍ୟକ୍ତିମାନଙ୍କୁ ନୋଟିସ ପ୍ରଦାନ କରାଯିବ। ଅନେକ ଲୋକ ଏ ସମ୍ପର୍କରେ ଠିକ୍‌ ଭାବେ ଘୋଷଣା କରି ନଥିବାରୁ ଏଥିରେ କେତେ ନିବେଶ ହୋଇଛି ସେ ନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ। ଏହି ମୁଦ୍ରାରେ ନିବେଶ କରିଥିବା ଏବଂ ଟିକସ ରିଟର୍ଣ୍ଣ ଫାଇଲ୍‌ରେ ଏ ନେଇ ଘୋଷଣା କରି ନଥିବା ଏବଂ ଟିକସ ପଇଠ କରି ନଥିବା ବ୍ୟକ୍ତିମାନଙ୍କୁ ଆମେ ନୋଟିସ ପଠାଇବା କାର୍ଯ୍ୟ ଜାରି ରଖିଛୁ ବୋଲି ସେ କହିଛନ୍ତି। ଦେଶରେ ଆୟକର ବିଭାଗର ସମସ୍ତ ମହାନିର୍ଦେଶକମାନଙ୍କୁ ଏ ନେଇ ନିର୍ଦେଶନାମା ଦିଆଯାଇଛି ଏବଂ ସେମାନେ ନୋଟିସ ଜାରି କରୁଛନ୍ତି।
ମାମୁଲି ଗଡ଼ବଡ଼ ଥିଲେ ଆସିବନି ଆୟକର ନୋଟିସ
ନୂଆଦିଲ୍ଲୀ, ୬/୨: ଆୟକର ରିଟର୍ଣ୍ଣରେ ମାମୁଲି ଗଡ଼ବଡ଼ ଥିଲେ ବିଭାଗ ପକ୍ଷରୁ ଲକ୍ଷ ଲକ୍ଷ ଟିକସଦାତାଙ୍କ ଘରେ ନୋଟିସ ପହଞ୍ଚି ଯାଉଥିଲା। କିନ୍ତୁ ଏହି ଟିକସଦାତାଙ୍କୁ ନୋଟିସ ନପଠାଇବା ପାଇଁ ବିଭାଗ ପକ୍ଷରୁ ଏବେ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ (ସିବିଡିଟି) ପକ୍ଷରୁ ଏହି ସୂଚନା ଦିଆଯାଇଛି। ଫର୍ମ ୧୬( ନିୟଯୁକ୍ତିଦାତାଙ୍କ ଦ୍ୱାରା ପ୍ରଦତ୍ତ) ଏବଂ ଫର୍ମ ୨୬ ଏଏସ୍‌( ଆୟକର ବିଭାଗ ଦ୍ୱାରା ପ୍ରାପ୍ତ ହୋଇଥିବା ଟିକସ କ୍ରେଡିଟ ଷ୍ଟେଟ୍‌ମେଣ୍ଟ)ରେ ଉଲ୍ଲେଖ ରହିଥିବା ସଂଖ୍ୟାରେ କୌଣସି ଛୋଟ ଧରଣର ଏପଟସେପଟ ଥିଲେ ଟିକସଦାତାଙ୍କୁ ଆଉ ନୋଟିସ ପଠାଯିବ ନାହିଁ।

ସମ୍ବନ୍ଧିତ ଖବର