ବିଜେପି ଜିତିଲେ ୪୦ ହଜାର ଟପିବ ସେନ୍‌ସେକ୍ସ

ମୁମ୍ବାଇ: ନିର୍ବାଚନ ଓ ଷ୍ଟକ ବଜାରର ପ୍ରଦର୍ଶନ ପରଷ୍ପର ପରିପୂରକ। ଗତ ନିର୍ବାଚନରେ ଏହା ସ୍ପଷ୍ଟ ଭାବେ ପ୍ରତିଫଳିତ ହୋଇଥିଲା। ଚଳିତ ବର୍ଷ ନିର୍ବାଚନରେ ଯଦି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଭାରତୀୟ ଜନତା ପାର୍ଟି ମୋଟ ୫୪୩ ସିଟ୍‌ରୁ ୩୦୦ ସିଟ୍‌ରେ ବିଜୟୀ ହେବ ତେବେ ସେନ୍‌ସେକ୍ସ ୪୦ ହଜାର ପଏଣ୍ଟ୍‌ ସ୍ତର ଟିପଯିବ ବୋଲି ବିଶେଷଜ୍ଞମାନେ ଆକଳନ କରିଛନ୍ତି। ଦେଶରେ ଚାଲିଥିବା ଛଅ ପର୍ଯ୍ୟନ୍ତ ବିଶିଷ୍ଟ ନିର୍ବାଚନ ପ୍ରକ୍ରିୟାର ଚୂଡ଼ାନ୍ତ ପର୍ଯ୍ୟାୟ ଚଳିତ ମାସ ୧୯ରେ ଶେଷ ହେବ। ମେ’ ୨୩ରେ ନିର୍ବାଚନ ଫଳାଫଳ ବାହାରିବ। ସେହିଦିନଟିକୁ ଷ୍ଟକ ବଜାର ନିବେଶକ, ନୀତି ନିର୍ଧାରକ, ଇନଭେଷ୍ଟମେଣ୍ଟ୍‌ ବ୍ୟାଙ୍କର ଓ ଗବେଷଣା ସଂସ୍ଥାଗୁଡ଼ିକ ଚାତକ ଭଳି ଚାହିରହିଛନ୍ତି। ୨୦୧୪ ନିର୍ବାଚନ ଫଳାଫଳ ଘୋଷଣା ଦିନ ବମ୍ବେ ଷ୍ଟକ ବଜାରର ସେନ୍‌ସେକ୍ସ ୧୪୭୦ ପଏଣ୍ଟ୍‌ ବୃଦ୍ଧି ପାଇ ୨୫ ହଜାର ପଏଣ୍ଟ୍‌ ସ୍ତର ଟପିଯାଇଥିଲା। ୨୦୦୯ ନିର୍ବାଚନରେ ଉପା ସରକାର ବିଜୟୀ ଘୋଷିତ ହେବା ଦିନ ସେନ୍‌ସେକ୍ସ ୨୦୯୯ ପଏଣ୍ଟ୍‌ ବୃଦ୍ଧି ପାଇଥିଲା। ସେହିଦିନ ନ୍ୟାସନାଲ୍ ଷ୍ଟକ ଏକ୍ସଚେଞ୍ଜ୍‌ର ନିଫ୍‌ଟି ମଧ୍ୟ ୬୩୬ ପଏଣ୍ଟ୍‌ ବଢ଼ିଥିଲା।

ସମ୍ବନ୍ଧିତ ଖବର