ଚାର୍ଜରେ ବସିଥିବା ବେଳେ ଫାଟିଲା ଜିଓ ଫୋନ୍‌ !

ନୂଆଦିଲ୍ଲୀ: ଟେଲିକମ ଜଗତରେ ରିଲାଏନ୍ସ ଜିଓ ନିଜର ଦମଦାର ଅଫର ପରେ ବଜାରରେ ଶସ୍ତା ଫୋନକୁ ଲଞ୍ଚ କରିଥିଲା। ଏହାକୁ ନେଇ ଜିଓ ଚର୍ଚ୍ଚାର ପରିସରରେ ରହିଥିଲା। ଜିଓର ଶସ୍ତା ଫିଚର ଫୋନ ଲଞ୍ଚ ହେବା ପରେ ଗ୍ରାହକ ଏହାକୁ କିଣିବା ଏବଂ ବ୍ୟବହାର କରିବା ପାଇଁ ପ୍ରବଳ ଆଗ୍ରହୀ ଥିଲେ। ଫୋନର ପ୍ରଥମ ପର୍ଯ୍ୟାୟ ରେଜିଷ୍ଟେସନ ପ୍ରକ୍ରିୟା ଆରମ୍ଭ ଦିନ କମ୍ପାନିର ୱେବସାଇଟ୍‌ରେ ସମସ୍ୟା ଦେଖାଦେଇଥିଲା। େଓ୍ଵବସାଇଟ କ୍ରାସ ହୋଇଯାଥିବା ସୂଚନା ମିଳିଥିଲା। ଯଦିଓ କିଛି ସମୟ ପରେ ଏହି ପ୍ରକ୍ରିୟାକୁ ପୁର୍ନବାର ଚାଲୁ କରାଯାଇଥିଲା ।

ଫୋନର ରେଜିଷ୍ଟେସନ ପରେ ମୋବାଇଲଟିକୁ ପାଇବା ନେଇ ମଧ୍ୟ ସମସ୍ୟା ସୃଷ୍ଟି ହୋଇଥିଲା । କମ୍ପାନିର ପ୍ରତିଶ୍ରୁତି ଅନୁଯାୟୀ, ର୍ନିଦ୍ଧାରିତ ସମୟରେ ଗ୍ରାହକଙ୍କୁ ଫୋନ୍‌ ମିଳି ପାରି ନଥିଲା । ତେବେ ଜିଓ ଫୋନକୁ ନେଇ ପୁଣି ଏକ ସମସ୍ୟା ତଥା ସାଘାଂତିକ ଖବର ସାମ୍ନାକୁ ଆସିଛି ।

ସୂଚନା ମୁତାବକ, ଜିଓ ଫୋନ କିଣିଥିବା ଜଣେ ବ୍ୟକ୍ତି ବିଶେଷଙ୍କର ଫୋନଟି ଜଳି ପାଉଁଶ ହୋଇ ଯାଇଛି। ନିକଟରେ ଏକ ଫୋନ ସୋସିଆଲ ମିଡିଆରେ ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଏକ ଜିଓ ଫୋନଟି ଜଳି ଯାଇଥିବାର ନଜର ଆସିଛି । ତେବେ କାଶ୍ମୀରରେ ଏହି ଘଟଣାଟି ଘଟିଥିବା ଜଣାପଡିଛି । ଫଟୋଟିକୁ ଦେଖି ଯାହା ଅନୁମାନ କରାଯାଉଛି ଫୋନଟି ଚାର୍ଜି ସମୟରେ ହିଁ ବିସ୍ଫୋରଣ ଘଟିଛି । କାରଣ, ଫୋନଟିର ପଛଭାଗଟି ସଂପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଇଛି।

ତେବେ ଏହି ଘଟଣାକୁ ନେଇ ରିଲାଏନ୍ସ କମ୍ପାନି ପକ୍ଷରୁ ସୂଚନା ମିଳିଛି କି, ସେମାନେ ଉକ୍ତ ଘଟଣା ସଂପର୍କରେ ଅବଗତ ଅଛନ୍ତି । ଏପରିକି ଏହା ଉପରେ ମଧ୍ୟ କଂପାନି ଯାଞ୍ଚ କରିଛି। ଆଉ ଜାଣିବାକୁ ପାଇଛି କି, ଘଟଣାଟି ସୁପରିକଳ୍ପତ ଅଟେ । ଅର୍ଥାତ କଂପାନିକୁ ବଦନାମ କରିବା ଉଦ୍ଦେଶ୍ୟ ଫୋନଟିକୁ ଜାଣିଶୁଣି ନଷ୍ଟ କରି ଦିଆଯାଇଛି ବୋଲି ଜିଓ ଯୁକ୍ତି ବାଢିଛି।

ସମ୍ବନ୍ଧିତ ଖବର