ବ୍ଲୁ ଷ୍ଟାର୍‌ର ନୂଆ ଅତିରିକ୍ତ ସ୍ୱାଧୀନ ନିର୍ଦେଶକ

ଭୁବନେଶ୍ୱର: ଦେଶର ଅଗ୍ରଣୀ ଏସି କଂପାନି ବ୍ଲୁ ଷ୍ଟାର୍‌୍‌ର ବୋର୍ଡରେ ବିଶିଷ୍ଟ ଆଇନଜୀବୀ ଅନିଲ ହରିଶ ନୂଆ ସ୍ୱାଧୀନ ନିର୍ଦେଶକ ଭାବେ ନିଯୁକ୍ତି ପାଇଛନ୍ତି। ଚଳିତ ମାସ ୨୨ରୁ ତାଙ୍କ କାର୍ଯ୍ୟକାଳ କଂପାନିରେ ଆରମ୍ଭ ହୋଇଛି। ଲ’ ଫାର୍ମ ଡି ଏମ୍‌ ହାରିସ୍‌ର ସେ ହେଉଛନ୍ତି ଜଣେ ପାର୍ଟନର। କଂପାନି ପରିଚାଳନା ସମ୍ପର୍କିତ ବିଭିନ୍ନ ବିଷୟ ଉପରେ ତାଙ୍କର ଗଭୀର ଜ୍ଞାନ ରହିଛି। ସେ ଅନେକ ରାଷ୍ଟ୍ରାୟତ୍ତ ଏବଂ ଘରୋଇ କଂପାନିର ନିର୍ଦେଶକ ମଧ୍ୟ ଅଛନ୍ତି। କଂପାନି ବୋର୍ଡର ଅଧ୍ୟକ୍ଷ ସୁନୀଏ ଏମ୍‌ ଆଡଭାନି କହିଛନ୍ତି ଯେ ହାରିଶ ହେଉଛନ୍ତି ଦେଶର ଜଣେ ଅଗ୍ରଣୀ ଟିକସ ଆଇନଜୀବୀ। ତାଙ୍କ କ୍ଲାଏଂଟ୍‌ ତାଲିକାରେ ଉଭୟ ଦେଶ ଏବଂ ବିଦେଶର କଂପାନି ରହିଛନ୍ତି। ତାଙ୍କ ଯୋଗଦାନ ଦ୍ୱାରା କଂପାନି ବିଶେଷ ଭାବେ ଲାଭବାନ ହେବ।

ସମ୍ବନ୍ଧିତ ଖବର