ବିଏମଡବ୍ଲୁର ଏହି ବାଇକ୍‌ର ଦାମ ୧୨ ଲକ୍ଷରୁ ଆରମ୍ଭ ହେଉଛି

ନୂଆଦିଲ୍ଲୀ : ମୋଟୋରାଡ୍‌ ଇଣ୍ଡିଆ ପକ୍ଷରୁ ଅଟୋଏକ୍ସପୋ ୨୦୧୮ ରେ ନୂତନ ବିଏମ୍‌ଡବ୍ଲ୍ୟୁ ଏଫ୍‌ ୭୫୦ ଜିଏସ୍‌ ଓ ଏଫ୍‌ ୮୫୦ ଜିଏସ୍‌ର ଲଞ୍ଚ୍‌ କରାଯାଇଛି । ଏହି ଦୁଇଟି ବାଇକ୍‌ କମ୍ପଲିଟଲି ବିଲ୍ଡ-ଅପ୍‌ ୟୁନିଟ୍‌ (ସିବିୟୁ) ରେ ଉପଲବ୍ଧ ହେବା ସହ ବିଏମ୍‌ଡବ୍ଲ୍ୟ ମୋଟୋରାଡ୍‌ ଡିଲର୍‌ସିପ୍‌ମାନଙ୍କରେ ବୁକିଂ ହୋଇପାରିବ। ଗାଡ଼ିଗୁଡିକର ଡେଲିଭରି ଚଳିତ ବର୍ଷ ମେ ମାସ ପରଠାରୁ ଆରମ୍ଭ ହେବ। ବିଏମ୍‌ଡବ୍ଲ୍ୟୁ ଏଫ୍‌ ୭୫୦ ଜିଏସ୍‌ର ଏକ୍ସ-ଶୋରୁମ୍‌ ମୂଲ୍ୟ ୧୨,୨୦,୦୦୦ ଟଙ୍କା ଥିବା ବେଳେ ଏଫ୍‌ ୮୫୦ ଜିଏସ୍‌ର ମୂଲ୍ୟ ୧୩,୭୦,୦୦୦ ରହିଛି । ଉଭୟ ମଡେଲ୍‌ରେ ୮୫୩ ସିସି ବିଶିଷ୍ଟ ଶକ୍ତିଶାଳୀ ୨-ଇନ୍‌-ଲାଇନ୍‌ ଇଂଜିନ୍‌ ରହିଛି।

ବିଏମ୍‌ଡବ୍ଲ୍ୟୁ ଏଫ୍‌ ୭୫୦ ଜିଏସ୍‌ ୭୫୦୦ ଆର୍‌ଏମ୍‌ପିରେ ୫୭ କିଲୋୱାଟ୍‌ (୭୭ ଏଚ୍‌ପି) ପାୱାର ପ୍ରଦାନ କରି ଉତ୍ତମ ଆଉଟ୍‌ପୁଟ୍‌ ପ୍ରଦାନ କରୁଥିବାବେଳେ ଏଫ୍‌ ୮୫୦ ଜିଏସ୍‌ ୮୨୫୦ ଆର୍‌ଏମ୍‌ପିରେ ୭୦ କିଲୋୱାଟ୍‌ ୯୫ ଏଚ୍‌ପି) ଇିନ୍‌ ପାୱାର ପ୍ରଦାନ କରି ଉନ୍ନତ ମାନର କାର୍ଯ୍ୟଦକ୍ଷତା ପ୍ରଦାନ କରିଥାଏ। ନୂତନ ଜ୍ଞାନକୌଶଳଯୁକ୍ତ ୬ ସ୍ପିଡ୍‌ ଗିଅର୍‌ ବକ୍ସ ଟର୍କକୁ ଏକ ଅନୁକୂଳ ଟ୍ରାନ୍ସମିସନ୍‌ ରେସିଓରେ ପରିଣତ କରିଥାଏ। ପାୱାର ଟ୍ରାନ୍ସମିସନ ସେଲ୍ଫ-ଆମ୍ପ୍ଲିଫାଇଙ୍ଗ୍‌ ଆଣ୍ଟି ହୋପିଂ କ୍ଲଚ୍‌ ମାଧ୍ୟମରେ କାର୍ଯ୍ୟକାରୀ ବଳ, ଇିନ୍‌ ଡ୍ରାଗ୍‌ ଟର୍କକୁ ହ୍ରାସ କରିବା ସହିତ ଗିଅର୍‌ ପରିବର୍ତ୍ତନ କରିବା ସମୟରେ ହେଉଥିବା ବ୍ରେକିଂ ମନୋୟୁଭର୍ସ ଦିଗରେ ଗାଡିଚାଳନା ସେଫ୍ଟି ପ୍ରଦାନ କରିଥାଏ।

ସମ୍ବନ୍ଧିତ ଖବର