ଅଟୋ ଏକ୍ସପୋରେ ବିଏମ୍‌ଡବ୍ଲ୍ୟୁ ପକ୍ଷରୁ ମିନି ଏବଂ ମୋଟୋରାଡର

ନୂଆଦିଲ୍ଲୀ: ବିଏମ୍‌ଡବ୍ଲ୍ୟୁ ଇଣ୍ଡିଆ ପକ୍ଷରୁ ପ୍ରଥମଥର ପାଇଁ ଅଟୋ ଏକ୍ସପୋ ୨୦୧୮ ରେ ବିଏମ୍‌ଡବ୍ଲ୍ୟୁ ୬ ସିରିଜ ଗ୍ରାନ୍‌ ଟୁରିଜ୍‌ମୋ ଏବଂ ଦି ଅଲ-ନ୍ୟୁ ବିଏମ୍‌ଡବ୍ଲ୍ୟୁ ଏମ୍‌-୫ର ଶୁଭାରମ୍ଭ କରାଯାଇଛି। ବିଏମ୍‌ଡବ୍ଲ୍ୟୁ ପାଭିଲିଅନ ଠାରେ ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ବିଏମ୍‌ଡବ୍ଲ୍ୟୁ ୬ ସିରିଜ ଗ୍ରାନ୍‌ଟ୍ୟୁରିସମୋର ଲଞ୍ଚ କରିଛନ୍ତି । ପେଟ୍ରୋଲ ସଂସ୍କରଣରେ ଲଞ୍ଚ ହୋଇଥିବା ସମସ୍ତ କାରର ଅର୍ଡର ବିଏମ୍‌ଡବ୍ଲ୍ୟୁ ଡିଲରସିପ ଠାରେ ଏବେଠାରୁ ମିଳିପାରିବ । ଡିଜେଲ ସଂସ୍କରଣର ୨୦୧୮ ପରେ ଶୁଭାରମ୍ଭ କରାଯିବ ।

ପ୍ରଥମକରି ବିଏମ୍‌ଡବ୍ଲ୍ୟୁ ୬ ସିରିଜ ଗ୍ରାନ୍‌ ଟ୍ୟୁରିସମୋ ବିଏମ୍‌ଡବ୍ଲ୍ୟୁ ଚେନ୍ନାଇ ପ୍ଲାଣ୍ଟ ଠାରେ ଉତ୍ପାଦନ ହେଉଛି । ଅଟୋ ଏକ୍ସପୋରେ ବିଏମଡ଼ବ୍ଲ୍ୟୁ ପକ୍ଷରୁ ଶୁଭାରମ୍ଭ କରାଯାଇଥିବା ଅନ୍ୟ ଗାଡ଼ି ଗୁଡ଼ିକ ମଧ୍ୟରେ ଅଲ-ନ୍ୟୁ ବିଏମ୍‌ଡବ୍ଲ୍ୟୁ ଏମ ୫, ବିଏମ୍‌ଡବ୍ଲ୍ୟୁ ଏକ୍ସ ୩, ବିଏମ୍‌ଡବ୍ଲ୍ୟୁ ଆଇ ୮ ରୋଡ଼ଷ୍ଟାର, ବିଏମ୍‌ଡବ୍ଲ୍ୟୁ ଆଇ ୩ ଏସ୍‌, ବିଏମ୍‌ଡବ୍ଲ୍ୟୁ ମିନି କଣ୍ଟ୍ରିମ୍ୟାନ୍‌, ବିଏମ୍‌ଡବ୍ଲ୍ୟୁ ମୋଟୋରାଡ୍‌ ଇତ୍ୟାଦି ପ୍ରମୁଖ । ଏହି ନୂତନ ଶୁଭାରମ୍ଭ ଏବଂ ସ୍ୱତନ୍ତ୍ର ପ୍ରିଭ୍ୟୁ ଛଡା ବିଏମ୍‌ଡବ୍ଲ୍ୟୁ ପାଭିଲିଅନଠାରେ ବିଏମ୍‌ଡବ୍ଲ୍ୟୁ ୩ ସିରିଜ, ବିଏମ୍‌ଡବ୍ଲ୍ୟୁ ୫ ସିରିଜ, ବିଏମ୍‌ଡବ୍ଲ୍ୟୁ ସିରିଜ, ବିଏମ୍‌ଡବ୍ଲ୍ୟୁ ଏକ୍ସ ୧, ବିଏମ୍‌ଡବ୍ଲ୍ୟୁ ଏକ୍ସ ୧, ବିଏମ୍‌ଡବ୍ଲ୍ୟୁ ଏକ୍ସ ୬ ଏବଂ ବିଏମ୍‌ଡବ୍ଲ୍ୟୁ ଏମ ୪ କୁପର ମଧ୍ୟ ପ୍ରଦର୍ଶନ ହେବ ।

ସମ୍ବନ୍ଧିତ ଖବର