ଭାରତକୁ ଆସିଲା ବିଏମ୍‌ଡବ୍ଲ୍ୟୁର ସୌଖିନ କାର୍‌ ମିନି କଣ୍ଟ୍ରିମ୍ୟାନ

ନୂଆଦିଲ୍ଲୀ : ବିଏମ୍‌ଡବ୍ଲ୍ୟୁ ଗ୍ରୁପ ପ୍ଲାଣ୍ଟ ଚେନ୍ନାଇରେ ଆଞ୍ଚଳିକ ଭାବେ ପ୍ରସ୍ତୁତ ହୋଉଥିବା ଦ୍ୱିତୀୟ -ଜେନେରେସନର ନୂତନ ମିନି କଣ୍ଟ୍ରିମ୍ୟାନକୁ ଭାରତରେ ଶୁଭାରମ୍ଭ କରାଯାିଛି । ଏହା ଉଭୟ ପେଟ୍ରୋଲ ଏବଂ ଡିଜେଲ ଭାରିଆଣ୍ଟରେ ଉପଲବ୍ଧ ହେବା ସହିତ ଏହାର ଡେଲିଭରି ଜୁନଠାରୁ ଆାରମ୍ଭ ହେବାକୁ ଯାଉଛି । ଦୁଇଟି ପେଟ୍ରୋଲ ଭାରିଆଣ୍ଟରେ ମିନି କଣ୍ଟ୍ରିମ୍ୟାନର ୍‌କୂପର ଏସ୍‌ ଏବଂ କଣ୍ଟ୍ରିମ୍ୟାନର କୂପର ଏସ୍‌ଜେସିଡବ୍ଲ୍ୟୁ ରହିଥିବାବେଳେ ଡିଜେଲ ଭାରିଆଣ୍ଟରେ କଣ୍ଟ୍ରିମ୍ୟାନର  କୂପର ଏସଡି୍‌ ରହିଛି । କଣ୍ଟ୍ରିମ୍ୟାନର କୂପର ଏସ୍‌ (ପେଟ୍ରୋଲ୍‌)ର ଏକ୍ସ- ସୋରୁମ ମୂଲ୍ୟ ଟ.୩୪,୯୦,୦୦ ଓ ମିନି କଣ୍ଟ୍ରିମ୍ୟାନର କୂପର ଏସଡି୍‌ (ଡିଜେଲ)ର ଏକ୍ସ- ସୋରୁମ ମୂଲ୍ୟ ୩୭,୪୦,୦୦ ଥିବାବେଳେ, କଣ୍ଟ୍ରିମ୍ୟାନର କୂପର ଏସ୍‌ଜେସିଡବ୍ଲ୍ୟୁ (ପେଟ୍ରୋଲ୍‌)ର ଏକ୍ସ- ସୋରୁମ ମୂଲ୍ୟ ଟ.୪୧,୪୦,୦୦ ରହିଛି । ନୂତନ ମିନି କଣ୍ଟ୍ରିମ୍ୟାନର  କୂପର ଏସ୍‌ଡି ଇଂଜିନ ଆସୁଛି, ଯାହା ୧୯୦ଏଚ୍‌ପି ଏବଂ ୪୦୦ ଏନ୍‌ଏମ୍‌ ଟର୍କ ପ୍ରଦାନ କରିଥାଏ । ଏଥିରେ ଥିବା ପନୋରୋମା ଗ୍ଲାସ ରୁଫ୍‌ ଏବଂ ଇଲେକ୍ଟ୍ରିକ୍‌ ସିଟ୍‌ ଆଡ଼ଜଷ୍ଟମେଣ୍ଟ ସହିତ ମେମୋରୀ ଫର୍ଦର ସହଜ ଏବଂ ଚାଳନା ଆନନ୍ଦ ପ୍ରଦାନ କରିଥାଏ । ନୂତନ ମିନି କଣ୍ଟ୍ରିମ୍ୟାନ ୫ଟି ଭିନ୍ନ ରଙ୍ଗ ଯଥା- ଆଇସଲ୍ୟାଣ୍ଡ ବ୍ଲୁ, ଲାଇଟ ହ୍ଵାଇଟ, ଟିଲି ରେଡ, ମେଲଟିଙ୍ଗ ସିଲଭର ଏବଂ ଥଣ୍ଡର ଗ୍ରେ ପ୍ଲସ ବ୍ରିଟିଶ ରେସିଙ୍ଗ ଗ୍ରିନରେ ଉପଲବ୍ଧ ।

ନୂତନ ମିନି କଣ୍ଟ୍ରି ମ୍ୟାନ, ମିନି ଟ୍ଵିନ ପାୱାର ଟର୍ବୋ ଟେକ୍ନୋଲୋଜି ଦ୍ୱାରା ଅଲ-ନିୟୁ ରେଞ୍ଜର ପେଟ୍ରୋଲ ଏବଂ ଡିଜେଲ ଇଂଜିନରେ ବିକଶିତ ଯାହା ଅତ୍ୟାଧୁନିକ ପରଫରମାନ୍ସ ଏବଂ ଦକ୍ଷତା ପ୍ରଦାନ କରିଥାଏ । ୨-ଲିଟର ୪-ସିଲିଣ୍ଡର ପେଟ୍ରୋଲ ଇଂଜିନ ସହିତ ଟ୍ଵିନ୍‌ ପାୱାର ଟର୍ବୋ ଟେକ୍ନୋଲୋଜି, ମିନି କଣ୍ଟ୍ରିମ୍ୟାନ କୁପର ଏସ୍‌ ପ୍ରଦର୍ଶନରେ ଖୁବ ଉଚ୍ଚ ଏବଂ ଇନ୍ଧନରେ ଖୁବ ହାଲକା ସ୍ତରକୁ ନେଇଥାଏ । ଏହା ମାତ୍ର ୭ ସେକେଣ୍ଡରେ ଘଣ୍ଟା ପ୍ରତି ୧୦୦ ଆର୍‌ଏମ୍‌ ଗତି କରିଥାଏ ଏବଂ ଏହାର ଟପ୍ସସ୍ପିଡ ଘଣ୍ଟା ପ୍ରତି ୨୨୫ କିମି ରହିଛି । ମିନି କଣ୍ଟ୍ରିମ୍ୟାନକୂପର ଏସ୍‌ଡି ୪-ସିଲିଣ୍ଡର ଡିଜେଲ ଇଂଜିନ ୧୪୦ୱାଟ୍‌/୧୯୦ଏଚପି ର ପିକଆଉଟ ଏବଂ ୪୦୦ଏନ୍‌ଏମ୍‌ର ମାକ୍ସିମମ ଟର୍କ ସୃଷ୍ଟି କରିଥାଏ । ଏହା ୭୦୭ ସେକେଣ୍ଡରେ ଘଣ୍ଟା ପ୍ରତି ୧୦୦ କିମି ଗତି କରିଥାଏ ଏବଂ ଏହାର ଟପ୍ସସ୍ପିଡ ଘଣ୍ଟା ପ୍ରତି ୨୨୦କିମି ରହିଛି ।

ସମ୍ବନ୍ଧିତ ଖବର