ବିଓଆଇ ପକ୍ଷରୁ ଡିଜିଟାଲ୍‌ ଗ୍ରାମ ଉଦ୍‌ଘାଟିତ

ଭୁବନେଶ୍ୱର: ବ୍ୟାଙ୍କ ଅଫ୍‌ ଇଣ୍ଡିଆ, କେନ୍ଦୁଝର ଆଞ୍ଚଳିକ କାର୍ଯ୍ୟାଳୟ ପକ୍ଷରୁ ଉପରବେଡା ଡିଜିଟାଲ ଗ୍ରାମ ଏବଂ ରାଇରଙ୍ଗପୁରରେ ୪ଟି ଡିଜିଟାଲ ଓ୍ଵାର୍ଡ ଉଦ୍‌ଘାଟିତ ହୋଇଯାଇଛି। ଝାଡ଼ଖଣ୍ଡର ରାଜ୍ୟପାଳ ଦ୍ରୌପଦୀ ମୁର୍ମୁ ଏହାକୁ ଉଦ୍‌ଘାଟନ କରିଛନ୍ତି। ବ୍ୟାଙ୍କର କେନ୍ଦୁଝର ଆଞ୍ଚଳିକ ପ୍ରବନ୍ଧକ ଈଶ୍ୱର ଚନ୍ଦ୍ର ମିଶ୍ରଙ୍କ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହି ଅବସରରେ ଗ୍ରାମବାସୀମାନଙ୍କର ୫୫୦ଟି ଜମାଖାତା ଖୋଲାଯିବା ସହ ୨୫୦ଟି ଡେବିଟ୍‌ କାର୍ଡ ବଣ୍ଟନ କରାଯାଇଥିଲା। ୩୮ଟି ଭିମ୍‌ ଆଧାର ପେ ଓ ୯ଟି ପିଓଏସ୍‌ ମେସିନ୍‌ ବଣ୍ଟନ କରାଯାଇଥିଲା। ୩ଟି ଆର୍ଥିକ ସାକ୍ଷରତା ଶିବିର ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବିଓଆଇ ଆଞ୍ଚଳିକ କାର୍ଯ୍ୟାଳୟ, କେନ୍ଦୁଝରର ମାର୍କେଟିଂ ଅଫିସର ଦେବାଶିଷ ଦାସ, ମୟୂରଭଞ୍ଜର ଲିଡ୍‌ ଡିଷ୍ଟ୍ରିକ୍ଟ୍‌ ମ୍ୟାନେଜର ଦିଲ୍ଲୀପ କୁମାର ନନ୍ଦ ଓ ବରିଷ୍ଠ ପ୍ରବନ୍ଧକ ତନ୍ମୟ ବଳ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର