ବିଓଆଇର ନୂଆ ଆଞ୍ଚଳିକ ପ୍ରବନ୍ଧକ

ଭୁବନେଶ୍ୱର: ବ୍ୟାଙ୍କ ଅଫ୍‌ ଇଣ୍ଡିଆ (ବିଓଆଇ) ଭୁବନେଶ୍ୱର ଅଞ୍ଚଳର ନୂତନ ଆଞ୍ଚଳିକ ପ୍ରବନ୍ଧକ ଭାବେ ଓ୍ଵାଇ ଏନ୍‌ ଦ୍ୱିବେଦୀ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ସେ ବ୍ୟାଙ୍କର ଭୋପାଳସ୍ଥିତ ଏସ୍‌ଏମ୍‌ଇସିସି ଶାଖାର ସହାୟକ ମହାପ୍ରବନ୍ଧକ ଭାବେ କାର୍ଯ୍ୟ କରୁଥିଲେ। ୧୯୮୨ ମସିହାରେ ବ୍ୟାଙ୍କରେ ଯୋଗଦେଇଥିବା ଶ୍ରୀ ଦ୍ୱିବେଦୀ ବିଭିନ୍ନ ପଦବୀରେ କାର୍ଯ୍ୟକରି ୨୦୧୬ ମସିହାରେ ସହାୟକ ମହାପ୍ରବନ୍ଧକ ପଦବୀକୁ ପଦୋନ୍ନତି ପାଇଥିଲେ। ତାଙ୍କର ୩ ବର୍ଷରୁ ଅଧିକ ସମୟ ବ୍ୟାଙ୍କର ବିଦେଶ ଶାଖାରେ କାର୍ଯକରିବାର ଅଭିଜ୍ଞତା ରହିଛି।

ସମ୍ବନ୍ଧିତ ଖବର