ବିଓଆଇର ନୂତନ ଆଞ୍ଚଳିକ ପ୍ରବନ୍ଧକ

ଭୁବନେଶ୍ୱର: ବ୍ୟାଙ୍କ ଅଫ୍‌ ଇଣ୍ଡିଆର କେନ୍ଦୁଝର ଅଞ୍ଚଳର ଆଞ୍ଚଳିକ ପ୍ରବନ୍ଧକ ଭାବରେ ଗୁପ୍ତେ ରାମ ନାଏକ କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଏହା ପୂର୍ବରୁ ଶ୍ରୀ ନାଏକ ବ୍ୟାଙ୍କ ଅଫ୍‌ ଇଣ୍ଡିଆର ଦୁବାଇ ଶାଖାରେ ସହାୟକ ମହା-ପ୍ରବନ୍ଧକ ଭାବରେ କାର୍ଯ୍ୟରତ ଥିଲେ। ୧୯୯୦ ମସିହାରେ ବ୍ୟାଙ୍କର ପୁଣେ ଅଞ୍ଚଳରେ ଅଧିକାରୀ ଭାବରେ ଯୋଗ ଦେଇଥିବା ଶ୍ରୀ ନାଏକ ଦୀର୍ଘ ୨୮ ବର୍ଷର କାର୍ଯ୍ୟକାଳ ଭିତରେ ସମ୍ବଲପୁର, ଅନୁଗୁଳ, ନର୍ଲା, ଭବାନୀପାଟଣା ଓ ଓଡିଶା ବାହାରେ ବିଭିନ୍ନ ଶାଖାରେ କାର୍ଯ୍ୟକରି ଅଭିଜ୍ଞତା ହାସଲ କରିଛନ୍ତି।

ସମ୍ବନ୍ଧିତ ଖବର