ନୂଆଦିଲ୍ଲୀ: ଇଥିଓପିଆରେ ବୋଇଂ ମ୍ୟାକ୍ସ ୭୩୭ ବିମାନ ଦୁର୍ଘଟଣାରେ ୧୫୭ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିବା ପରେ ସରକାରଙ୍କ ଚିନ୍ତା ବଢ଼ିଯାଇଛି। ଆଗାମୀ ଦିନରେ ବୋଇଂ ୭୩୭ ମ୍ୟାକ୍ସ ୮ ବିମାନ ଅନେକ କମ୍ପାନି ଉଡ଼ାଣ କରୁଥିବାରୁ ସରକାର ଓ ବେସାମରିକ ବିମାନ ଚଳାଚଳ ମହାନିର୍ଦ୍ଦେଶାଳୟ (ଡିଜିସିଏ) ଆଲୋଚନା କରି ଏହା ଉପରେ କି କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରିବ ସେ ନେଇ ନିଷ୍ପତ୍ତି ନେବେ। ସୋମବାର ଜଣେ ବରିଷ୍ଠ ଅଧିକାରୀ ଏହି ସୂଚନା ଦେଇଛନ୍ତି। ବୋଇଂ ୭୩୭ ମ୍ୟାକ୍ସ-୮ ବିମାନକୁ ନେଇ ଗତ ୫ ମାସ ମଧ୍ୟରେ ଏହା ଦ୍ବିତୀୟ ଘଟଣା ହୋଇଥିବାରୁ ସରକାରଙ୍କ ଚିନ୍ତା ବଢ଼ିଯାଇଛି। ଇଥିଓପିଆରେ ବିମାନ ଦୁର୍ଘଟଣା ପୂର୍ବରୁ ଗତବର୍ଷ ଅକ୍ଟୋବରରେ ଇଣ୍ଡୋନେସିଆରେ ଏହି ବିମାନର ଏକ ଦୁର୍ଘଟଣା ହୋଇଥିଲା। ଏଥିରେ ୧୮୯ ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା। ଉଲ୍ଲେଖଯୋଗ୍ୟ ଯେ, ଜେଟ୍ ଏୟାରୱେଜ୍ ୨୨୫ଟି ବୋଇଂ ୭୩୭ ମ୍ୟାକ୍ସ ବିମାନ କ୍ରୟ ଆଦେଶ ଦେଇଥିବାବେଳେ ଏଥିରୁ କେତୋଟି ସାମିଲ ହୋଇସାରିଛି। ସେହିଭଳି ସ୍ପାଇସ ଜେଟ ପକ୍ଷରୁ ଏହାର ସମ୍ପ୍ରସାରଣ ପାଇଁ ୨୦୫ ବିମାନ କ୍ରୟ ଆଦେଶ ଦିଆଯାଇଥିବାବେଳେ ଏଥିରେ ୧୫୫ଟି ବୋଇଂ ୭୩୭ ମ୍ୟାକ୍ସ-୮ ବିମାନ ରହିଛି।
ବୋଇଂ ‘୭୩୭ ମ୍ୟାକ୍ସ-୮’:ଭାରତ ଚିନ୍ତା ବଢ଼ିଲା
/sambad/media/post_attachments/wp-content/uploads/2019/03/boeing_tarmac_737_max_8.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)