ବଲିଉଡ୍ ଅଭିନେତ୍ରୀ ଏବେ ଗୁଗୁଲ୍ କର୍ମଚାରୀ

ଆଦିଲ୍ଲୀ: ବହୁ ବର୍ଷପୂର୍ବେ ବଲିଉଡ୍‌ରେ ଅଭିନେତ୍ରୀ ଭାବେ ପେସାଦାର ଜୀବନ ଆରମ୍ଭ କରିଥିବା ମୟୂରୀ କାଙ୍ଗୋ ଗୁଗୁଲ୍‌ର ଅଧିକାରୀ ଭାବେ ଯୋଗ ଦେଇଛନ୍ତି। ତାଙ୍କ ଲିଙ୍କଡ୍‌ଇନ୍ ପ୍ରୋଫାଇଲ୍‌ରେ ସେ ଏକଥା ଜଣାଇଛନ୍ତି। ଗୁଗୁଲ୍‌ର ବିଜ୍ଞାପନ ବ୍ୟବସାୟ ବିଭାଗରେ ସେ ଯୋଗ ଦେଇଛନ୍ତି। ୧୯୯୬ରେ ଆସିଥିବା ‘ପାପା କେହତେ ହୈ’ରେ ସେ ନାୟିକା ଭାବେ ଅଭିନୟ କରି ବେଶ ଲୋକପ୍ରିୟ ହୋଇପାରିଥିଲେ। ଏହା ପରେ ଆଉ କିଛି ସିନେମାରେ ଅଭିନୟ କରିବା ପରେ ସେ ବଲିଉଡ୍‌ରୁ ବିଦାୟ ନେଇଥିଲେ ଏବଂ କର୍ପୋ‌ରେଟ୍ ଜଗତରେ ପ୍ରବେଶ କରିଥିଲେ।

ସମ୍ବନ୍ଧିତ ଖବର