ଭାରତରେ ଜାଗୁଆର ଏଫ୍‌-ଟାଇପ୍‌ ଏସ୍‌ଭିଆର୍‌ର ବୁକିଂ ଆରମ୍ଭ

ନୂଆଦିଲ୍ଲୀ : ଜାଗୁଆର ଲ୍ୟାଣ୍ଡ ରୋଭର ଇଣ୍ଡିଆ ପକ୍ଷରୁ ଭାରତରେ ଜାଗୁଆର ଏଫ୍‌-ଟାଇପ୍‌ ଏସ୍‌ଭିଆର୍‌ର ବୁକିଂ ଆରମ୍ଭ ହୋଇଛି। ଏହାକୁ ଏରୋଡାଇନାମିକ୍ସ ଇିନିୟରଙ୍କ ଦ୍ୱାରା ନିର୍ମାଣ କରାଯାଇଛି। ଏଥିରେ ୫.୦ ଲି ସୁପର ଚାର୍ଜଡ୍‌ ଭି-୮ ଇଂଜିନ୍‌, ୪୨୩ କିଲୋୱାଟ ୍‌ ପାୱାର ଆଉଟପୁଟ ଏବଂ ୭୦୦ ଏନ୍‌ଏମ୍‌ ଟର୍କ ଆଦି ବୈଶିଷ୍ଟ୍ୟ ରହିଛି। ମାତ୍ର ୩.୭ ସେକେଣ୍ଡରେ ଏହା ଘଣ୍ଟାପ୍ରତି ୦-୧୦୦ କିମି ଗତି ହାସଲ କରିପାରିଥାଏ। ଏହାର ଟପ୍‌ ସ୍ପିଡ୍‌ ଘଣ୍ଟାପ୍ରତି ୩୨୨ କିମି ରହିଛି। ଏହା ଏକ୍ସ ଶୋ’ରୁମ୍‌ ମୂଲ୍ୟ ୨୬୫ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି । ଏହି ଅବସରରେ ଜାଗୁଆର ଲ୍ୟାଣ୍ଡ ରୋଭର ଇଣ୍ଡିଆ ଲିଃ.ର ସଭାପତି ତଥା ପରିଚାଳନା ନିର୍ଦ୍ଦେଶକ ରୋହିତ ସୁରୀ କହିଲେ, ‘ଜାଗୁଆର ଲ୍ୟାଣ୍ଡ ରୋଭରର ନୂଆ ଏଫ୍‌-ଟାଇପ୍‌ ଏସ୍‌ଭିଆର୍‌ ସ୍ପେିସିଆଲ ଭେହିକିଲ୍‌ ଅପରେଶନ ଦ୍ୱାରା ବିକଶିତ ହୋଇଛି। ଏହାର ଡିଜାଇନିଂ ଠାରୁ ଆରମ୍ଭ କରି ପ୍ରତିଟି କ୍ଷେତ୍ରରେ ସ୍ୱତନ୍ତ୍ରତା ପରିଲକ୍ଷିତ ହୋଇଛି। ଏହାର ଲାଇଟ୍‌ ୱେଟ୍‌ ମାଗ୍ନେସିୟମ୍‌ ନିର୍ମାଣ ଶୈଳୀ ବେଶ୍‌ ଉଚ୍ଚକୋଟୀର। ଏହାର ଟାୟାରଗୁଡ଼ିକରେ ବିକଶିତ ଗ୍ରିପ୍‌ ରହିଛି। ଏହା ଚାଳକଙ୍କ ଦୈନଦିନ ଆବଶ୍ୟକତାକୁ ଦୃଷ୍ଟିରେ ରଖି ନିର୍ମାଣ କରାଯାଇଛି।

ଭାରତରେ ଉପଲବ୍ଧ ହେଉଥିବା ଲ୍ୟାଣ୍ଡ୍‌ ରୋଭର ରେ୍‌ ମଧ୍ୟରେ ଏକ୍ସଇର ମୂଲ୍ୟ ୩୭.୩୧ ଲକ୍ଷରୁ ଆରମ୍ଭ ହେଉଥିବାବେଳେ ଏକ୍ସଏଫ୍‌ର ମୂଲ୍ୟ ୪୮.୧୪ ଲକ୍ଷରୁ ଆରମ୍ଭ ହେଉଛି। ସେହିପରି ଏଫ୍‌-ପେସ୍‌ର ମୂଲ୍ୟ ୬୧.୯୧ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି। ଏକ୍ସଜେର ମୂଲ୍ୟ ୧୦୦.୮୦ ଲକ୍ଷ ଟଙ୍କା, ଏଫ୍‌-ଟାଇପ୍‌ ମୂଲ୍ୟ ୧୩୪.୩୩ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି। ଜାଗୁଆର ଲ୍ୟାଣ୍ଡ ରୋଭର ଯାନ ଗୁଡିକ ଅହମ୍ମଦାବାଦ୍‌, ଔରଙ୍ଗାବାଦ୍‌, ବାଙ୍ଗାଲୁର୍‌, ଭୁବନେଶ୍ୱର, ଚଣ୍ଡିଗଡ଼, ଚେନ୍ନାଇ, କୋଏମ୍ବାଟୁର, ଦିଲ୍ଲୀ, ଗୁରୁଗାଓଁ, ହାଇଦ୍ରାବାଦ୍‌, ଇନ୍ଦୋର, ଜୟପୁର, କୋଲକତା, କୋଚି, କମଲ, ଲକ୍ଷ୍ନୌ, ଲୁଧିଆନା, ମାଙ୍ଗାଲୋର୍‌, ମୁମ୍ବାଇ, ନାଗପୁର, ନୋଏଡା, ପୁନେ, ରାଏପୁର, ବିଜୟୱାଡା ଓ ସୁରାଟ ଆଦି ୨୭ଟି ସ୍ୱୀକୃତି ପ୍ରାପ୍ତ ଆଉଟଲେଟ୍‌ରେ ଉପଲବ୍ଧ ହେଉଛି।

ସମ୍ବନ୍ଧିତ ଖବର