ଭାରତରେ  ହୋଣ୍ଡା ଆଫ୍ରିକା ଟ୍ୱିନର ବୁକିଙ୍ଗ୍ ଆରମ୍ଭ,  ଦର ୧୩.୫ ଲକ୍ଷ ଟଙ୍କା

ଭୁବନେଶ୍ୱର : ହୋଣ୍ଡା ମୋଟରସାଇକଲ୍ ଆଣ୍ଡ୍ ସ୍କୁଟର ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ପକ୍ଷରୁ ୨୦୧୯ ଆଫ୍ରିକା ଟ୍ୱିନର ବୁକିଙ୍ଗ ଆରମ୍ଭ କରାଯାଇଛି । ସବୁ ପ୍ରକାର ସଡ଼କରେ ଦୌଡ଼ିବାକୁ ପ୍ରସ୍ତୁତ ଥିବା ଆଫ୍ରିକା ଟ୍ୱିନ୍ ଗ୍ଲିଟ ୱେଭ୍ ବ୍ଲୁ ମେଟାଲିକ୍ ରଙ୍ଗ ସହିତ ଗୋଲ୍ଡେନ୍ ହାଣ୍ଡ୍ଲେ ବାର୍ ଏବଂ ହ୍ୱିଲ୍ ରିମ୍ ସହିତ ଆସିଛି । କେବଳ ପ୍ରଥମ ୫୦ ଜଣ ଗ୍ରାହକଙ୍କ ପାଇଁ ବୁକିଙ୍ଗ ଆହ୍ୱାନ କରାଯାଇଛି ।  ୨୦୧୯ ଆଫ୍ରିକା ଟ୍ୱିନର ଏକ୍ସ ସୋ’ରୁମ୍ ଦର ୧୩.୫ ଲକ୍ଷ ଟଙ୍କା ରହିଛି ।

ଆଫ୍ରିକା ଟ୍ୱିନରେ ଦ୍ୱିତୀୟ ପିଢ଼ିର ଡୁଆଲ୍ କ୍ଲଚ୍ ଟ୍ରାନ୍ସମିସନ୍ ବ୍ୟବସ୍ଥା ରହିଛି ଯେଉଁଥିରେ ବିଭିନ୍ନ ପ୍ରକାର ରୋମାଞ୍ଚ ପାଇଁ ଡି ମୋଡ୍ ଏବଂ ଏସ୍ ମୋଡ୍ ରହିଛି । ଏଥିରେ ଥିବା ଇନକ୍ଲାଇନ୍ ଡିଟେକ୍ସନ ପ୍ରଯୁକ୍ତି ଗାଡ଼ିକୁ ଯେକୌଣସି ପ୍ରକାର ଖରାପ ରାସ୍ତାରେ ସ୍ଥିର ରଖିପାରିବ । ଏଥିରେ ୯୯୯.୧୧ ସିସିର ଶକ୍ତିଶାଳୀ ଇଂଜିନ ରହିଛି ଯାହା ୮୭.୭ ବିଏଚପିଅ୭୫୦୦ ଆରପିଏମର ଶକ୍ତି ଏବଂ ୯୩.୧ ଏନ୍ଏମଅ୍ ୬୦୦୦ଆରପିଏମ ଟର୍କ ଉତ୍ପନ୍ନ କରୁଛି । ଏଥିରେ ହୋଣ୍ଡା ସିଲେକ୍ଟେବଲ ଟର୍କ କଣ୍ଟ୍ରୋଲ୍ ବ୍ୟବସ୍ଥା ରହିଛି ଯେଉଁଥିରେ ବିଭିନ୍ନ ପ୍ରକାର ପରିସ୍ଥିତି ପାଇଁ ସାତ ପ୍ରକାରର ସେଟିଂ ରହିଛି । ଏଥିରେ ଆଣ୍ଟି-ଲକ୍ ବ୍ରେକିଙ୍ଗ ବ୍ୟବସ୍ଥା ମଧ୍ୟ ରହିଛି । ଓଡ଼ିଶାର ଗ୍ରାହକମାନେ ଭୁବନେଶ୍ୱରରେ ଥିବା ପିଜିଏଲ୍ ହୋଣ୍ଡାରେ ଆଫ୍ରିକା ଟ୍ୱିନର ବୁକିଙ୍ଗ କରିପାରିବେ ।

 

ସମ୍ବନ୍ଧିତ ଖବର