ଆଜିଠାରୁ ଆରମ୍ଭ ହେଲା ରେନୋ ଟ୍ରାଇବର ର ବୁକିଙ୍ଗ , ୨୮ରେ ଲଞ୍ଚ୍

ନୂଆଦିଲ୍ଲୀ : କାର ଓ ଏସୟୁଭି କମ୍ପାନି ରେନୋ ର ନୂଆ ଗାଡି ଟ୍ରାଇବର ର ବୁକିଙ୍ଗ ଆଜିଠାରୁ ଆରମ୍ଭ ହୋଇଛି । ଆସନ୍ତା ୨୮ରେ ଏହାର ଲଞ୍ଚ କରାଯିବ । ରେନୋ ଟ୍ରାଇବରକୁ ଭାରତ ଓ ଫ୍ରାନ୍ସର ରେନୋ ଟିମ ମିଳିତ ଭାବରେ ଭାରତୀୟ ମାର୍କେଟ ପାଇଁ ସ୍ୱତନ୍ତ୍ର ଭାବରେ ଡିଜାଇନ କରିଛନ୍ତି । ଏହାର ଚେନ୍ନାଇରେ  ଥିବା ନିର୍ମାଣ କେନ୍ଦ୍ରରେ ନୂଆ କାରର ଉତ୍ପାଦନ ଆରମ୍ଭ ହୋଇସାରିଛି ।  ଗ୍ରାହକମାନେ ରେନୋର ପ୍ରାଧିକୃତ ଡିଲରସିପରେ  ମାତ୍ର ୧୧୦୦୦ଟଙ୍କା ପ୍ରଦାନ କରି ବୁକ କରିପାରିବେ ।

ରେନୋ ଟ୍ରାଇବରକୁ ଆକର୍ଷଣୀୟ ଭାବରେ ଡିଜାଇନ୍ କରାଯାଇଛି । ଏହା କମ୍ପାକ୍ଟ, ରୁମି ଓ ମଡୁଲାର, ଭର୍ସାଟାଇଲ୍ ଯାନ, ଯେଉଁଥିରେ ୪ ମିଟର କମ୍ ଲମ୍ବ ମଧ୍ୟରୁ  ୭ ଜଣ ଲୋକ ଆରାମରେ ବସି ପାରିବେ । ଏହାର ଡିଜାଇନ୍ ଆଧୁନିକ, ସ୍ପେଶିୟସ୍ ତଥା କମ୍ପାକ୍ଟ, ଅଲଟ୍ରା ମଡୁଲାର, ଫୁଏଲ୍ – ଏଫିସିଏଣ୍ଟ, ଆକର୍ଷଣୀୟ ଇଂଟେରିୟର ତଥା ଏଥିରେ ଆହୁରି ଅନେକ  ପ୍ରାକ୍ଟିକାଲ ବୈଶିଷ୍ଟ୍ୟ ରହିଛି ।

 

ସମ୍ବନ୍ଧିତ ଖବର