ବ୍ରାଣ୍ଡ୍‌ସ୍ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ ସମ୍ବାଦ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ୍‌ ୨୦୧୯

‘ସମ୍ବାଦ’ ପକ୍ଷରୁ ବ୍ରାଣ୍ଡ୍‌ସ୍ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ: ସମ୍ବାଦ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ୍‌ ୨୦୧୯ ଆସନ୍ତା ୧୯ ତାରିଖରେ ହୋଟେଲ ମେ’ ଫେୟାର ପରିସରରେ ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ପ୍ରଦାନ କରାଯିବ। ‘ସମ୍ବାଦ’ର ଏହି ପ୍ରୟାସ ସମ୍ପର୍କରେ ରାଜ୍ୟର ବିଭିନ୍ନ ଶିଳ୍ପସଂଘ, ଉଦ୍ୟୋଗୀ, ବିଶେଷଜ୍ଞ ଓ ଖ୍ୟାତନାମା ବ୍ୟକ୍ତିଙ୍କ ମତାମତ କ’ଣ ରହିଛି ସେ ସମ୍ପର୍କରେ ଏଠାରେ ସେମାନଙ୍କ ମୁହଁରୁ ଶୀର୍ଷକରେ ପ୍ରକାଶ କରୁଛୁ।

ସମ୍ବାଦର ଏହା ଏକ ଭଲ ପ୍ରୟାସ। ରାଜ୍ୟର ବଡ଼ ଗଣମାଧ୍ୟମ ସଂସ୍ଥା ପକ୍ଷରୁ ଏହି ପୁରସ୍କାର ଦିଆଯାଉଥିବାରୁ ଏହାକୁ ପାଇବା ପାଇଁ ଅନେକଙ୍କ ମଧ୍ୟରେ ଆଗ୍ରହ ଦେଖାଦେଇଛି। ଏହି ପୁରସ୍କାର ଉଦ୍ୟୋଗୀମାନଙ୍କୁ ଆଗକୁ ବଢ଼ାଇବା ପାଇଁ ପ୍ରେରଣା ଯୋଗାଇବ। ରାଜ୍ୟରେ ଏକ ପ୍ରତିଯୋଗିତାମୂଳକ ଶିଳ୍ପାୟନ ବାତାବରଣ ସୃଷ୍ଟିରେ ଏହା ସହାୟକ ହେବ।
ମାନସ ରଂଜନ ଚୌଧୁରୀ, ମ୍ୟାନେଜିଂ ଡାଇରେକ୍ଟର, କେ୧ ଗ୍ରୁପ୍ସ

ସମ୍ବନ୍ଧିତ ଖବର