ବ୍ରାଣ୍ଡ୍‌ସ୍ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ: ସମ୍ବାଦ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ୍‌ ୨୦୧୯

ସେମାନଙ୍କ ମୁହଁରୁ…
‘ସମ୍ବାଦ’ ପକ୍ଷରୁ ବ୍ରାଣ୍ଡ୍‌ସ୍ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ: ସମ୍ବାଦ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ୍‌ ୨୦୧୯ ଆସନ୍ତା ୧୯ ତାରିଖରେ ହୋଟେଲ ମେ’ ଫେୟାର ପରିସରରେ ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ପ୍ରଦାନ କରାଯିବ। ‘ସମ୍ବାଦ’ର ଏହି ପ୍ରୟାସ ସମ୍ପର୍କରେ ରାଜ୍ୟର ବିଭିନ୍ନ ଶିଳ୍ପସଂଘ, ଉଦ୍ୟୋଗୀ, ବିଶେଷଜ୍ଞ ଓ ଖ୍ୟାତନାମା ବ୍ୟକ୍ତିଙ୍କ ମତାମତ କ’ଣ ରହିଛି ସେ ସମ୍ପର୍କରେ ଏଠାରେ ସେମାନଙ୍କ ମୁହଁରୁ ଶୀର୍ଷକରେ ପ୍ରକାଶ କରୁଛୁ।

ବିଭିନ୍ନ କ୍ଷେତ୍ରରେ ପୂର୍ବର ଓଡ଼ିଶା ଏବଂ ବର୍ତ୍ତମାନର ଓଡ଼ିଶା ମଧ୍ୟରେ ବିରାଟ ଫରକ୍ ଦେଖିବାକୁ ମିଳୁଛି। କେବଳ ଡାକ୍ତର, ଇଞ୍ଜିନିୟର କିମ୍ବା ଆଇଟି କ୍ଷେତ୍ରରେ ନୁହେଁ ଉଦ୍ୟୋଗ ଜଗତରେ ମଧ୍ୟ ଓଡ଼ିଆମାନେ ଦେଶ ବିଦେଶରେ ନାଁ କମେଇଲେଣି। ସମ୍ବାଦ ପକ୍ଷରୁ ଉଦ୍ୟୋଗୀମାନଙ୍କୁ ପୁରସ୍କୃତ କରିବା ଲାଗି ନିଆଯାଇଥିବା ଏହି ପଦକ୍ଷେପ ନି‌ଶ୍ଚିତଭାବେ ସବୁ ବର୍ଗର ଉଦ୍ୟୋଗୀଙ୍କୁ ପ୍ରୋତ୍ସାହିତ କରିବ ଏବଂ ଆଗକୁ ବଢ଼ିବା ପାଇଁ ପ୍ରେରଣା ଯୋଗାଇବ।

ବିବେକ ପଟ୍ଟନାୟକ, ଅବସରପ୍ରାପ୍ତ ପ୍ରଶାସକ

ଓଡ଼ିଶାର ଉଦ୍ୟୋଗୀମାନେ ଜାତୀୟସ୍ତରରେ ସେମାନଙ୍କ ପାଇଁ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛନ୍ତି। ସବୁ କ୍ଷେତ୍ରରେ ସେମାନେ ଉତ୍ତମ ପ୍ରଦର୍ଶନ କରୁଛନ୍ତି। ସମ୍ବାଦ ପକ୍ଷରୁ ଏହି ପୁରସ୍କାର କେବଳ ସେମାନଙ୍କୁ ନୁହେଁ, ଅନ୍ୟ ଉଦ୍ୟୋଗୀମାନଙ୍କୁ ମଧ୍ୟ ଉତ୍ସାହିତ କରିବ। ଉଦ୍ୟୋଗୀମାନେ ଉଚ୍ଚରୁ ଉଚ୍ଚ ସୋପାନକୁ ଯିବା ଲାଗି ପ୍ରେରଣା ପାଇବେ।
ବିଶାଳ ଧାବନ, ମ୍ୟାନେଜିଂ ଡାଇରେକ୍ଟର, ସେଣ୍ଟ୍ରାଲ ହୋଣ୍ଡା

ସମ୍ବନ୍ଧିତ ଖବର