ବ୍ରାଣ୍ଡ୍‌ସ୍‌ ଅଫ୍ ଓଡ଼ିଶା ପ୍ରାଇଡ୍‌ ଅଫ୍ ଇଣ୍ଡିଆ: ସମ୍ବାଦ କର୍ପୋରେଟ୍ ଏକ୍ସେଲେନ୍ସ ଆୱାର୍ଡସ୍‌ ୨୦୧୯, ଶୀର୍ଷରେ ରହିବାକୁ ପ୍ରେରଣା ଦେବ

ପ୍ରଶ୍ନ: ପୁରସ୍କାର ବିଷୟରେ ଆପଣଙ୍କ ମତ କ’ଣ?
ଉତ୍ତର: ବ୍ରାଣ୍ଡସ୍‌ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍‌ ଇଣ୍ଡିଆ: ସମ୍ବାଦ କର୍ପୋରେଟ୍‌ ଏ‌େକ୍ସଲେନ୍ସ ଆୱାର୍ଡ ହେଉଛି ଏକ ସ୍ବତନ୍ତ୍ର ପୁରସ୍କାର। ଏହା ଓଡ଼ିଶାର ଆଧୁନିକ ଯୁଗର ଉଦ୍ୟୋଗୀମାନଙ୍କୁ ଅନୁପ୍ରାଣିତ କରିବ। ମୁଁ ନିଶ୍ଚିତ ଯେ ଏହି ପୁରସ୍କାର ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବ ଓ ଆମମାନଙ୍କୁ ଭବି‌ଷ୍ୟତରେ ଶୀର୍ଷରେ ରହିବାକୁ ଏହା ପ୍ରେରଣା ହେବ। ଏହା ଦ୍ବାରା ଓଡ଼ିଶା ମଧ୍ୟ ଲାଭବାନ ‌ହେବ।
ପ୍ରଶ୍ନ: ସମ୍ବାଦର ଏହି ଅଭିଯାନ ଓଡ଼ିଶାର ଉଦ୍ୟୋଗୀଙ୍କୁ ଆହୁରି ଭଲ କରିବା ପାଇଁ ଉତ୍ସାହିତ କରିବ ବୋଲି ଆପଣ ଭାବୁଛନ୍ତି କି?
ଉତ୍ତର: ନିଶ୍ଚିତ, ଯେକୌଣସି ପୁରସ୍କାର କିମ୍ବା ସ୍ବୀକୃତି ସବୁ ବେଳେ ଉତ୍ସାହ ବଢ଼ାଇବା କାମ କରିଥାଏ। ଏକ ଲୋକପ୍ରିୟ ଦୈନିକ ସମ୍ବାଦପତ୍ର ଭାବେ ସମ୍ବାଦ ପକ୍ଷରୁ ଯେଉଁ ପ୍ରକାରର ଉଦ୍ୟମ ହୋଇଛି, ତାହା ‌ଓଡ଼ିଶାର ଉଦ୍ୟୋଗୀମାନଙ୍କୁ ବ୍ୟବସାୟରେ ନୂତନ ମାନଦଣ୍ଡ ଧାର୍ଯ୍ୟ କରିବା ପାଇଁ ଉତ୍ସାହିତ କରିବ।
ପ୍ରଶ୍ନ: ଏହି ପୁରସ୍କାର ରାଜ୍ୟ ଶିଳ୍ପାୟନରେ ସକାରାତ୍ମକ ପ୍ରଭାବ ପକାଇବାରେ ସହାୟକ ହେବ କି?
ଉତ୍ତର: ଗଠନମୂଳକ ପ୍ରତିଦ୍ବନ୍ଦ୍ବିତା ସବୁ ବେଳେ ସମାଜ ପାଇଁ ଲାଭ ଆଣିଥାଏ। ଏଭଳି ମଂଚ ଆଉ କିଛି ପାହାଚ ଉପରକୁ ନେଇଯିବ। ତେଣୁ ମୁଁ ଦୃଢ଼ ନିଶ୍ଚିତ ଯେ ଏକ ସକାରାତ୍ମକ ପରିବେଶ ସୃଷ୍ଟି କରିବା ନିମନ୍ତେ ଏହି ପୁରସ୍କାର ଭବିଷ୍ୟତର ନେତୃବୃନ୍ଦଙ୍କ ପାଇଁ ବିଶେଷ ସହାୟକ ହେବ ଓ ଶିଳ୍ପାୟନ ପ୍ରତି ବିଶେଷ ଯୋଗଦାନ ରଖିବ।
ପ୍ରଶ୍ନ: ଶିଳ୍ପାୟନ ପାଇଁ ଆଉ ଅଧିକ କ’ଣ କରାଯିବାର ଆବଶ୍ୟକତା ରହିଛି?
ଉତ୍ତର: ଜ୍ଞାନର ମଞ୍ଚ ଓ ସୂଚନା ଆଦାନପ୍ରଦାନ ହେଉଛି ଶିଳ୍ପାୟନର ଦୁଇଟି ପ୍ରମୁଖ ଉପାଦାନ। ବର୍ତ୍ତମାନ ଆମ ରାଜ୍ୟ ଯେଉଁ ସ୍ତରରେ ରହିଛି ତାହାକୁ ଦୃଷ୍ଟି ଦେଲେ ଏହା ଭବିଷ୍ୟତରେ ଆହୁରି ଦ୍ରୁତ ଗତିରେ ଆଗକୁ ବଢ଼ିବ ବୋଲି କୁହାଯାଇପାରିବ।
ପ୍ରଶ୍ନ: ଓଡ଼ିଶାର କେଉଁ କ୍ଷେତ୍ରରେ ବିପୁଳ ସୁଯୋଗ ରହିଛି?
ଉତ୍ତର: ମୁଁ ସବୁବେଳେ ଭାବେ ଯେ ସ୍ବାସ୍ଥ୍ୟ ସେବା, ପର୍ଯ୍ୟଟନ ଓ ଶିକ୍ଷା କ୍ଷେତ୍ରରେ ବିପୁଳ ସୁଯୋଗ ରହିଛି। ଆଧୁନିକ ସ୍ବାସ୍ଥ୍ୟ ସେବା ପ୍ରଣାଳୀର ଅଭ୍ୟୁଦୟ ହେବା ପରେ ଏ କ୍ଷେତ୍ରରେ ସମସ୍ତ ସଂସ୍ଥା ମଧ୍ୟରେ ଗଠନମୂଳକ ପ୍ରତିଦ୍ବନ୍ଦ୍ବିତା ଦେଖାଦେଇଛି।
ପ୍ରଶ୍ନ: କେଉଁ ସବୁ କ୍ଷେତ୍ରରେ ସରକାର ଅଧିକ ଧ୍ୟାନ ଦେବା ଦରକାର?
ଉତ୍ତର: ମୁଁ ଭାବୁଛି ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ସରକାରଙ୍କୁ ଅଧିକ ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଆମକୁ ଏଭଳି ବ୍ୟବସ୍ଥା ପ୍ରସ୍ତୁତ କରିବାକୁ ପଡ଼ିବ ଯଦ୍ବାରା‌ ସୁଲଭ ସ୍ବାସ୍ଥ୍ୟ ସେବା ଓଡ଼ିଶାର ପ୍ରତିଟି ଗ୍ରାମରେ ପହଞ୍ଚିପାରିବ। ଏ ଦିଗରେ ଆମ ସରକାର ବହୁତ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି। ମୁଁ ନିଶ୍ଚିତ ଯେ ବହୁତ କମ୍ ଦିନ ଭିତରେ ସ୍ବାସ୍ଥ୍ୟ‌ ସେବା ସେମସ୍ତ ଲୋକଙ୍କ ପାଖରେ ପହଞ୍ଚିବ।
ପ୍ରଶ୍ନ: ଯୁବ ଉଦ୍ୟୋଗୀମାନଙ୍କ ପାଇଁ ଆପଣ କ’ଣ ବାର୍ତା ଦେବାକୁ ଚାହିଁବେ?
ଉତ୍ତର: ସବୁ ବେଳେ ସ୍ବପ୍ନକୁ ଅନୁଧାବନ କରନ୍ତୁ। କାରଣ ଯେଉଁଦିନ ସ୍ବପ୍ନ ଦେଖିବା ବନ୍ଦ କରିଦେବେ ସେହିଦିନ ଭିଡ଼ ଭିତର ଜଣେ ବ୍ୟକ୍ତି ହୋଇଯି‌ବେ। କେବେବି ଭରସା ନହରାଇବା ପାଇଁ ମୁଁ ସବୁ ଉଦ୍ୟୋଗୀ ଭାଇ ଓ ଭଉଣୀମାନଙ୍କୁ ପରାମର୍ଶ ଦେଉଛି। ଓଡ଼ିଶା ରାଜ୍ୟ ଗଠନ ପାଇଁ ଆପଣଙ୍କ ଯୋଗଦାନ ମହତ୍ବପୂର୍ଣ୍ଣ। ଚାଲନ୍ତୁ ଏହାକୁ ଦେଶର ସବୁଠୁ ସଫଳ ରାଜ୍ୟରେ ପରିଣତ କରିବା। ଆସନ୍ତୁ ହାତ ମିଳାଇ ଓଡ଼ିଶାକୁ ଆଗେଇ ନେବା।

ସମ୍ବନ୍ଧିତ ଖବର