ବ୍ରାଣ୍ଡ୍‌ସ୍ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ ସମ୍ବାଦ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ୍‌ ୨୦୧୯

‘ସମ୍ବାଦ’ ପକ୍ଷରୁ ବ୍ରାଣ୍ଡ୍‌ସ୍ ଅଫ୍ ଓଡ଼ିଶା ପ୍ରାଇଡ୍ ଅଫ୍ ଇଣ୍ଡିଆ: ସମ୍ବାଦ କର୍ପୋରେଟ୍ ଏକ୍ସଲେନ୍ସ ଆୱାର୍ଡସ୍‌ ୨୦୧୯ ଆସନ୍ତା ୧୯ ତାରିଖରେ ହୋଟେଲ ମେ’ ଫେୟାର ପରିସରରେ ଏକ ବର୍ଣ୍ଣାଢ଼୍ୟ ପରିବେଶ ମଧ୍ୟରେ ପ୍ରଦାନ କରାଯିବ। ‘ସମ୍ବାଦ’ର ଏହି ପ୍ରୟାସ ସମ୍ପର୍କରେ ରାଜ୍ୟର ବିଭିନ୍ନ ଶିଳ୍ପସଂଘ, ଉଦ୍ୟୋଗୀ, ବିଶେଷଜ୍ଞ ଓ ଖ୍ୟାତନାମା ବ୍ୟକ୍ତିଙ୍କ ମତାମତ କ’ଣ ରହିଛି ସେ ସମ୍ପର୍କରେ ଏଠାରେ ସେମାନଙ୍କ ମୁହଁରୁ ଶୀର୍ଷକରେ ପ୍ରକାଶ କରୁଛୁ।

ଓଡ଼ିଶାରେ ପୂର୍ବେ ବ୍ରାଣ୍ଡ୍ କହିଲେ ଲୋକେ କିଛି ବୁଝୁ ନଥିଲେ। ଧୀରେ ଧୀରେ ସେଥିରେ ପରିବର୍ତ୍ତନ ଆସିଲାଣି। ତେବେ ବ୍ରାଣ୍ଡ୍‌ର ପ୍ରସାର ପ୍ରଚାର ପାଇଁ ରାଜ୍ୟ ସରକାର ମଧ୍ୟ ଆର୍ଥିକ ପ୍ରୋତ୍ସାହନ ଯୋଗାଇ ଦେବା ଆବଶ୍ୟକ। ଏହି ପର‌ିପ୍ରେକ୍ଷୀରେ ସମ୍ବାଦ ପକ୍ଷରୁ ରାଜ୍ୟର ଉଦ୍ୟୋଗୀମାନଙ୍କୁ ପୁରସ୍କୃତ କରିବା ପାଇଁ ନିଆଯାଇଥିବା ପଦକ୍ଷେପ ଖୁବ୍ ଭଲ କାର୍ଯ୍ୟ। ଉଦ୍ୟୋଗୀମାନଙ୍କ ମନୋବଳ ଏହାଦ୍ବାରା ବୃଦ୍ଧି ପାଇବ। ସେମାନେ ଆଗକୁ ବଢ଼ିବା ପାଇଁ ପ୍ରେରଣା ପାଇବେ।
ଗୌରୀ ଶଙ୍କର ଦାଶ, ଅଧ୍ୟକ୍ଷ, ଓଏଏସଏମଇ

ସମ୍ବାଦର ଏହା ଏକ ସୁଚିନ୍ତିତ ଯୁଗାନ୍ତକାରୀ ପଦକ୍ଷେପ। ଓଡ଼ିଶା ଶିଳ୍ପର ବିକାଶ ଓ ଉଦ୍ୟୋଗୀମାନଙ୍କ ପାଇଁ ସମ୍ବାଦର ଏହି ପ୍ରୟାସ ଓ ପୁରସ୍କାର ନିଶ୍ଚିତ ରୂପେ ଓଡ଼ିଶା ଅର୍ଥନୀତିରେ ଆର୍ଥିକ ସ୍ବଚ୍ଛଳତା ଆଣିବ। କ୍ଷୁଦ୍ର ଉଦ୍ୟୋଗୀ ଓ ନୂଆ କରି ଉଦ୍ୟୋଗ ଆରମ୍ଭ କରିଥିବା ବ୍ୟକ୍ତିମାନଙ୍କ ପାଇଁ ଏହା ପ୍ରେରଣାର ଉତ୍ସ ହେବ। ଏହି ପଦକ୍ଷେପ ଦ୍ବାରା ନିଯୁକ୍ତି ସୁଯୋଗ ବୃଦ୍ଧି ହେବ। ସମ୍ବାଦର ଏହି ଉତ୍କୃଷ୍ଟ ଅଭିଯାନ ଫଳରେ ରାଜ୍ୟ ଓ ଦେଶର ଅର୍ଥନୈତିକ ଉନ୍ନତି ଘଟିବ। ଡ. ବିଜୟ କୁମାର ସାହୁ, ଚେୟାରମ୍ୟାନ, ସାଇ ଇଣ୍ଟରନ୍ୟାସନାଲ ଗ୍ରୁପ୍

ସମ୍ବନ୍ଧିତ ଖବର