ମୂଲ୍ୟ ବଢ଼ାଇବ ବ୍ରିଟାନିଆ

କୋଲକାତା: ଦେଶର ପ୍ରମୁଖ ଏଫ୍‌ଏମ୍‌ସିଜି କମ୍ପାନି ବ୍ରିଟାନିଆ ଆଗାମୀ ଦିନରେ ଏହାର ବିଭିନ୍ନ ଉତ୍ପାଦର ମୂଲ୍ୟ ବୃଦ୍ଧି ଯୋଜନା ରଖିଛି। କମ୍ପାନି ଚଳିତ ଆର୍ଥିକ ବର୍ଷର ତୃତୀୟ ତ୍ରୟମାସରେ ଏହାର ଉତ୍ପାଦ ଗୁଡ଼ିକର ମୂଲ୍ୟରେ ସାମାନ୍ୟ ବୃଦ୍ଧି ବିଷୟ ଯୋଜନା କରୁଛି। ମାନ୍ଦାବସ୍ଥା ଯୋଗୁ କମ୍ପାନିର ବିକ୍ରି ହ୍ରାସ ଘଟିଛି। ମାନ୍ଦାବସ୍ଥାରୁ ବର୍ତ୍ତିବା ପାଇଁ କମ୍ପାନି ଏଭଳି ଯୋଜନା ରଖିଛି ବୋଲି ବ୍ରିଟାନିଆର ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ଅଧିକାରୀଙ୍କ ସୂଚନା ଅନୁଯାୟୀ, ମାନ୍ଦାବସ୍ଥା ଗତ ୫ରୁ ୬ ମାସ ହେଲା ଦେଖାଦେଇଛି। ଆସନ୍ତା ଜାନୁଆରି ପର୍ଯ୍ୟନ୍ତ ମଧ୍ୟ ପରିସ୍ଥିତି ଭଲ ନାହିଁ। ତେଣୁ ତୃତୀୟ ତ୍ରୟମାସରେ ଉତ୍ପାଦ ମୂଲ୍ୟରେ ସାମାନ୍ୟ ବୃଦ୍ଧି କରାଯିବ ବୋଲି ବ୍ରିଟାନିଆ ଇଣ୍ଡଷ୍ଟ୍ରିଜ୍‌ର ମାର୍କେଟିଂ ମୁଖ୍ୟ ବିନୟ ସୁବ୍ରମଣ୍ୟମ୍ କହିଛନ୍ତି। ମାନ୍ଦାବସ୍ଥା ଯୋଗୁ କମ୍ପାନିର ବିକ୍ରି ଅଭିବୃଦ୍ଧି ଅଧାଅଧି କମିଯାଇଛି ବୋଲି ସେ କହିଛନ୍ତି। ଖର୍ଚ୍ଚ ହ୍ରାସ ଦୃଷ୍ଟିରୁ କମ୍ପାନିକୁ ଅଧିକ ଦକ୍ଷ ହେବାକୁ ହେବ। ମାଲ ପରିବହନ ବାବଦ ଖର୍ଚ୍ଚକାଟ କରିବାକୁ ପଡ଼ିବ। ମାନ୍ଦାବସ୍ଥା ସତ୍ତ୍ବେ, କମ୍ପାନି ବଜାରଅଂଶ ବଢ଼ାଇ ଚାଲିଛି ଏବଂ ଆଗାମୀ ଦିନରେ ପ୍ରମୁଖ ବ୍ରାଣ୍ଡ୍‌ ଉପରେ ଧ୍ୟାନ କେନ୍ଦ୍ରିତ କରିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର