ବ୍ରିଟିଶ୍‌ ଏୟାରୱେଜ୍‌ର ୱେବ୍‌ସାଇଟ୍‌ ଓ ଆପ୍‌ ହ୍ୟାକ୍‌: ୩,୮୦,୦୦୦ ଗ୍ରାହାକଙ୍କ ତଥ୍ୟ ପ୍ରଘଟ

ନୂଆଦିଲ୍ଲୀ: ଅତ୍ୟାଧୁନିକ କୌଶଳର ବିକାଶ ହେବା ସହ ସହ ଏହା ଆମ ଦୈନନ୍ଦିନ ଜୀବନକୁ ବିଭିନ୍ନ ଆଡୁ ପ୍ରଭାବିତ କରିବାରେ ଲାଗିଛି। ତଥ୍ୟା ପ୍ରଘଟ ହେବା ଆଜିକାଲି ଏକ ସାଧାରଣ କଥା ପାଲଟିଗଲାଣି। ନିକଟରେ ବ୍ରିଟିଶ୍‌ ଏୟାରୱେଜ୍‌ ଏପରି ଏକ ଅସୁବିଧାର ସମ୍ମୁଖୀନ ହୋଇଛି। ବ୍ରିଟିଶ୍‌ ଏୟାରୱେଜ୍‌ର ୱେବ୍‌ସାଇଟ୍‌ ଓ ଆପ୍‌ ହ୍ୟାକ୍‌ କରି ହ୍ୟାକର୍‌ମାନେ ୩,୮୦,୦୦୦ ପେମେଣ୍ଟ୍‌ କାର୍ଡର ତଥ୍ୟ ହାତେଇ ଥିବା ଜାଣିବାକୁ ମିଳିଛି।

ଏହି ଧରଣର ହ୍ୟାକ୍‌ ଦ୍ୱାରା ଯାତ୍ରୀମାନଙ୍କର ବ୍ୟକ୍ତିଗତ ଓ ବୃତ୍ତିଗତ ତଥ୍ୟ ପ୍ରଘଟ ହୋଇଛି। ସେପ୍ଟେମ୍ବର ୬ ତାରିଖରେ ଘଟିଥିବା ଏପରି ଘଟଣା ପାଇଁ ବ୍ରିଟିଶ୍‌ ଏୟାରୱେଜ୍‌ ପକ୍ଷରୁ ଗ୍ରାହକମାନଙ୍କୁ କ୍ଷମା ପ୍ରାର୍ଥନା ହୋଇଛି।

ଏ ସଂପର୍କରେ ବ୍ରିଟିଶ୍‌ ଏୟାରୱେଜ୍‌ର ଅଧ୍ୟକ୍ଷ ଓ ମୁଖ୍ୟ କାର୍ଯ୍ୟକାରୀ କହିଛନ୍ତି, ‘ଏପରି ଅପରାଧୀକ କାର୍ଯ୍ୟ ଘଟି ଆମ ଗ୍ରାହାକମାନଙ୍କୁ ପ୍ରଭାବିତ କରିଥିବାରୁ ଆମେ ଖୁବ୍‌ ଦୁଃଖିତ। ଆମେ ଆମ ଗ୍ରାହକଙ୍କ ତଥ୍ୟକୁ ସୁରକ୍ଷା ଦେବା ଦିଗରେ ବେଶ୍‌ ସଚେତନ।’

ସମ୍ବନ୍ଧିତ ଖବର