ମାର୍ଚ୍ଚରୁ ଆରମ୍ଭ ହେବ ବିଏସ୍‌ଏନ୍‌ଏଲ୍‌ର ୪ଜି ସେବା

ନୂଆଦିଲ୍ଲୀ: ଆସନ୍ତା ବର୍ଷ ମାର୍ଚ୍ଚ ସୁଦ୍ଧା ସରକାରୀ ଟେଲିକମ୍‌ କଂପାନି ବିଏସ୍‌ଏନ୍‌ଏଲ୍‌ ଏହାର ୪ଜି ସେବା ଆରମ୍ଭ କରିବାକୁ ଯାଉଛି। କଂପାନିର ସିଏମ୍‌ଡି ପି କେ ପୁର୍‌ୱାର ଏହି ସୂଚନା ଦେଇଛନ୍ତି। ବର୍ଷ ଶେଷ ସୁଦ୍ଧା କଂପାନିକୁ ୪ଜି ସ୍ପେକ୍ଟ୍ରମ ମିଳିଯିବ ଏବଂ ଆମେ ମାର୍ଚ୍ଚ ସୁଦ୍ଧ‌ା ୪ଜି ସେବା ପ୍ରଦାନ କରିବୁ ବୋଲି କଂପାନିର ସିଏମ୍‌ଡି କହିଛନ୍ତି। ଅନ୍ୟ ଘରୋଇ କଂପାନିଗୁଡ଼ିକ ୪ଜି ସେବା ପ୍ରଦାନ କରି ଡାଟା ସେବାରୁ ବିପୁଳ ପରିମାଣର ରାଜସ୍ବ ସଂଗ୍ରହ କରୁଥିବା ବେଳେ ବିଏସ୍‌ଏନ୍‌ଲ ପଛରେ ରହିଯାଇଛି।

ସମ୍ବନ୍ଧିତ ଖବର