ଆଇପିଏଲ ପାଇଁ ବିଏସଏନଏଲର ୨୫୮ ଟଙ୍କିଆ ପ୍ୟାକ୍‌, ଦିନକୁ ୩ ଜିବି ଡାଟା

ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହେଉଛି ଆଇପିଏଲ । ୫୧ ଦିନ ଧରି ଚାଲିବ ଏହି କ୍ରିକେଟ୍‌ ମହୋତ୍ସବ । ଏଥିପାଇଁ କ୍ରିକେଟପ୍ରେମୀଙ୍କ ଉତ୍ସାହ କହିଲେ ନ ସରେ । କ୍ରିକେଟପ୍ରେମୀଙ୍କ ଏହି ଉତ୍ସାହକୁ ଦେଖି ଟେଲିକମ ଅପରେଟରମାନେ ସ୍ୱତନ୍ତ୍ର ପ୍ରକାରର ଆଇପିଏଲ୍‌ ଅଫର ବଜାରକୁ ଛାଡିଛନ୍ତି । ପ୍ରଥମେ ରିଲାଏନ୍ସ ଜିଓ ପକ୍ଷରୁ ଏକ ସ୍ୱତନ୍ତ୍ର ୨୫୧ ଟଙ୍କିଆ ପ୍ଲାନ ଘୋଷଣା କରିଥିଲା । ଜିଓକୁ ଟକ୍କର ଦେବା ପାଇଁ ଏବେ ରାଷ୍ଟ୍ରାୟତ କମ୍ପାନି ବିଏସଏନଏଲ୍‌ ପକ୍ଷରୁ ଏକ ୨୫୮ ଟଙ୍କିଆ ପ୍ଲାନ ଘୋଷଣା କରାଯାଇଛି । ଏହା ମାଧ୍ୟମରେ ଉପଭୋକ୍ତାମାନେ ୧୫୩ ଜିବି ମୋବାଇଲ ଡାଟା ୫୧ ଦିନ ପାଇଁ ପାଇପାରିବେ । ଅର୍ଥାତ୍‌ ଦିନକୁ ୩ ଜିବି ଡାଟା ମିଳିବ । ଏହା ଫଳରେ କ୍ରିକେଟପ୍ରେମୀମାନେ ଆଇପିଏଲ ମ୍ୟାଚଗୁଡ଼ିକର ଲାଇଭ ଷ୍ଟ୍ରିମିଂ ସହଜରେ ଦେଖିପାରିବେ । କିନ୍ତୁ ଏହି ଅଫର ସୀମିତ ସମୟ ପାଇଁ ଏପ୍ରିଲ ୭ରୁ ୩୦ ମଧ୍ୟରେ ମିଳିପାରିବ ।

ସୂଚନାଯୋଗ୍ୟ ଯେ ଜିଓ କ୍ରିକେଟ୍‌ ସିଜନ୍‌ ପ୍ୟାକ୍‌ରେ ଗ୍ରାହକମାନେ ୨୫୧ ଟଙ୍କାର ପ୍ୟାକ୍‌ରେ ୧୦୨ ଜିବି ଡାଟା ପାଇପାରିବେ। ଏହାର ବୈଧତା ମଧ୍ୟ ୫୧ ଦିନ ରହିଛି। ଏହି ସମୟ ସୀମା ଭିତରେ ଜିଓ ଗ୍ରାହକମାନେ ପୁରା କ୍ରିକେଟ୍‌ ସିଜନ୍‌ର ସବୁ ମଜା ନେଇପାରିବେ। ନିଜ ମୋବାଇଲ୍‌୍‌ରେ ଖେଳର ସିଧାପ୍ରସାରଣ ଦେଖିପାରିବେ। ଏହି ପ୍ୟାକ୍‌ ଜରିଆରେ ଜିଓ ଗ୍ରାହକମାନେ ଯେ କୌଣସିଠାରେ ଥିଲେ ମଧ୍ୟ କ୍ରିକେଟ୍‌ର ମଜା ନେଇପାରିବେ।

ସମ୍ବନ୍ଧିତ ଖବର