ବିଏସଏନଏଲର ୨୭ ଟଙ୍କିଆ ପ୍ଲାନ, ୧ ସପ୍ତାହ ପାଇଁ ଅନଲିମିଟେଡ କଲିଂ, ୧ ଜିବି ଡାଟା

0 210

ନୂଆଦିଲ୍ଲୀ : ରାଷ୍ଟ୍ରାୟତ ଟେଲିସେବା କମ୍ପାନି ବିଏସଏନଏଲ ପକ୍ଷରୁ ଏକ ୨୭ ଟଙ୍କିଆ ପ୍ଲାନ ଘୋଷଣା କରାଯାଇଛି । ଏହାର ଭାଲିଡିଟି ଏକ ସପ୍ତାହ ରହିଛି । ଏହି ପ୍ଲାନ ପକାଇଲେ ଗ୍ରାହକମାନେ ୧ ଜିବି ଥ୍ରୀଜି ଡାଟା, ୩୦୦ ଏସଏମଏସ ଓ ଅନଲିମିଟେଡ କଥା ହୋଇପାରିବେ । ଏୟାରଟେଲ,ଜିଓକୁ ଟକ୍କର ଦେବା ପାଇଁ ଏହି ପିଏସୟୁ ଏହି ପ୍ଲାନ ଆରମ୍ଭ କରିଛି ।  ଏହି ପ୍ଲାନ ଆସନ୍ତା ୬ ତାରିଖରୁ ସାରା ଦେଶରେ ଉପଲବ୍ଧ ହେବ । ତେବେ ଏହା ମୁମ୍ବାଇ ଓ ଦିଲ୍ଲୀ ସର୍କଲରେ ଲାଗୁ ହେବ ନାହିଁ । କାରଣ ଏହି ଦୁଇ ସହରରେ ବିଏସଏନଏଲ ସେବା ନାହିଁ । କିଛିଦିନ ତଳେ ବିଏସଏନଏଲ ପକ୍ଷରୁ ଏକ ୭୫ ଟଙ୍କିଆ ପ୍ରିପେଡ ପ୍ଲାନ ସଂପର୍କରେ ଘୋଷଣା କରାଯାଇଥିଲା । ଏହା ଦ୍ୱାରା ଉପଭୋକ୍ତାମାନେ ଅନଲିମିଡେଟ କଥା ହୋଇପାରିବେ ଓ ୧୦ ଜିବି ଥ୍ରୀ-ଜି ଡାଟା ପାଇପାରିବେ । ଏହାର ଭାଲିଡିଟି ୧୫ ଦିନ ରଖାଯାଇଛି । ତେବେ ଗ୍ରାହକ ଚାହିଁଲେ ଏହି ଭାଲିଡିଟି ପିରିୟଡକୁ ବଢାଇପାରିବେ । ଗ୍ରାହକମାନେ କେତେକ ନିର୍ଦ୍ଦିଷ୍ଟ ଏସଟିଭି ବ୍ୟବହାର କରି ଏହାର ସମୟସୀମାକୁ ବଢାଇପାରିବେ । ରିଲାଏନ୍ସ ଜିଓର ୯୮ ଟଙ୍କିଆ ପ୍ଲାନକୁ ଟକ୍କର ଦେବା ପାଇଁ କମ୍ପାନି ଏହି ପ୍ଲାନ ଆରମ୍ଭ କରିଛି ।

Panda Mobile only
ସମ୍ବନ୍ଧିତ ଖବର

Leave A Reply

Your email address will not be published.