ନୂଆଦିଲ୍ଲୀ: ଉପଭୋକ୍ତାଙ୍କ ପ୍ରବଳ ବିରୋଧ ଆଗରେ ମୁଣ୍ଡ ନୋଇଁଲା ରାଷ୍ଟ୍ରାୟତ ଟେଲିକମ କମ୍ପାନି ବିଏସଏନଏଲ୍ । ବିଏସଏନଏଲ ପକ୍ଷରୁ ରବିବାର ଦିନ ପ୍ରଦାନ କରାଯାଉଥିବା ମାଗଣା କଲିଂ ସେବାକୁ ଆଉ ୩ ମାସ ପାଇଁ ବଢାଇଦିଆଯାଇଛି । ଏହି ସେବା ଗତ ୧ ତାରିଖରେ ବନ୍ଦ ହେବ ବୋଲି ବିଏସ୍ଏନ୍ଏଲ୍ ଗତ ମାସରେ ଘୋଷଣା କରିଥିଲା ।
Sambad is now on WhatsApp
Join and get latest news updates delivered to you via WhatsApp
ବିଏସଏନଏଲ ଗତ ଜାନୁୟାରୀ ୧୬ ତାରିଖରେ ଘୋଷଣା କରିଥଲା ଯେ ଫେବ୍ରୁଆରୀ ପହିଲାରୁ ଲାଣ୍ଡଲାଇନ, ବ୍ରଡବ୍ୟାଣ୍ଡ, କମ୍ବୋ ଓ ଏଫଟିଟିଏଚ୍ ଗ୍ରାହକମାନଙ୍କୁ ପ୍ରଦାନ କରାଯାଉଥିବା ଅନଲିମିଟେଡ୍ ସଣ୍ଡେ ଭଏସ୍ କଲିଂ ସୁବିଧାକୁ ପ୍ରତ୍ୟାହାର କରିନିଆଯିବ । କିନ୍ତୁ କମ୍ପାନିର ଏହି ନିଷ୍ପତ୍ତିକୁ ଉପଭୋକ୍ତାମାନେ ପ୍ରବଳ ବିରୋଧ କରିଥିଲେ । ଘରୋଇ ଟେଲିକମ ସେବା ପ୍ରଦାନକାରୀମାନେ ବିଭିନ୍ନ ସୁବିଧା ପ୍ରଦାନ କରୁଥିବାବେଳେ ବିଏସଏନଏଲ ଗୋଟିକ ପରେ ଗୋଟିଏ ସେବା ପ୍ରତ୍ୟାହାର କରିନେବା ଦୁର୍ଭାଗ୍ୟଜନକ ବୋଲି ଗ୍ରାହକମାନେ କହିଥିଲେ ।
ଏହାପରେ ଏହି ନିଷ୍ପତ୍ତିକୁ ସ୍ଥଗିତ ରଖିବାକୁ ବିଏସଏନଏଲ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ୨୦୧୬ ଅଗଷ୍ଟ ୨୧ରେ ବିଏସଏନଏଲ ପକ୍ଷରୁ ଏହି ମାଗଣା ରବିବାର ସେବା ଆରମ୍ଭ କରାଯାଇଥିଲା । କିନ୍ତୁ ଏହା ସତ୍ତ୍ୱେ ବିଏସଏନଏଲର ଗ୍ରାହକ ସଂଖ୍ୟା କମିବା ଅବ୍ୟାହତ ରହିଥିଲା । ବିଶେଷକରି ଜିଓ ସେବା ଆରମ୍ଭ ହେବା ପରେ ବିଏସଏନଏଲର ଗ୍ରାହକ ବହୁତ କମିଯାଇଛନ୍ତି ।