୫୪ ହଜାର କର୍ମଚାରୀ ଛଟେଇ କରିବାକୁ ଯୋଜନା କରୁଛି ବିଏସଏନଏଲ !

ନୂଆଦିଲ୍ଲୀ : ରାଷ୍ଟ୍ରାୟତ ଟେଲିକମ ସେବା କମ୍ପାନି ଭାରତ ସଂଚାର ନିଗମ ଲିଃ (ବିଏସଏନଏଲ)ର ସ୍ଥିତି ଏବେ ଭଲ ନାହିଁ । କମ୍ପାନିର କ୍ଷତି ବଢିଚାଲିଥିବାବେଳେ କର୍ମଚାରୀମାନଙ୍କ ଦରମା ବିଳମ୍ବିତ ହୋଇଛି । ଏହା ମଧ୍ୟରେ ଆଉ ଏକ ଖରାପ ଖବର ଆସିଛି । ତାହା ହେଉଛି ପ୍ରାୟ ୫୪ ହଜାର କର୍ମଚାରୀଙ୍କୁ ଛେଟେଇ କରିବାକୁ ବିଏସଏନଏଲ ଆପାତତଃ ନିଷ୍ପତ୍ତି ନେଇଥିବା ଜଣାପଡିଛି । ଏହା ସହିତ କମ୍ପାନି ନିଜ କର୍ମଚାରୀଙ୍କ ଅବସର ବୟସସୀମା ୫୮ ବର୍ଷକୁ ବଦଳାଇଦେଇଛି । ଏ ସଂପର୍କରେ ଏକ ଜାତୀୟ ସ୍ତର ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

ଖର୍ଚ୍ଚକାଟ କରିବାକୁ କମ୍ପାନି ଏସବୁ ପଦକ୍ଷେପ ନେଉଥିବା ଜଣାଯାଇଛି । ଅନ୍ୟପକ୍ଷରେ କର୍ମଚାରୀଙ୍କ ବକେୟା ଦରମା ପ୍ରଦାନ ପାଇଁ କମ୍ପାନି ଏବେ ପାଣ୍ଠି ଯୋଗାଡ଼ କରୁଛି । ବିଭିନ୍ନ ସରକାରୀ ପ୍ରକଳ୍ପରୁ ବିଏସଏନଏଲ ୨୯୦୦ କୋଟି ଟଙ୍କା, ଏଣ୍ଟରପ୍ରାଇଜ ବିଜନେସରୁ ୫୦୦ କୋଟି ଟଙ୍କା ପାଇବାକୁ ଅପେକ୍ଷା କରିଛି । ସେହିପରି ପ୍ରାୟ ୩୫୦୦ କୋଟି ଟଙ୍କାର ଋଣ କରିବାକୁ ଯୋଜନା କରୁଛି କମ୍ପାନି । ଆହୁରି ମଧ୍ୟ ରିଲାଏନ୍ସ କମ୍ପ୍ୟୁନିକେସନଠାରୁ ବିଏସଏନଏଲ ପ୍ରାୟ ୭୦୦ କୋଟି ପାଇବାକୁ ଯାଉଛି । ଏସବୁ ମିିଳିବା ପରେ କମ୍ପାନିର ଆର୍ଥିକ ସ୍ଥିତିରେ କିଛିଟା ଉନ୍ନତି ଆସିବା ଆଶା କରାଯାଉଛି ।

ସମ୍ବନ୍ଧିତ ଖବର