ଉଇଙ୍ଗ କମାଣ୍ଡର ଅଭିନନ୍ଦନ ନାମରେ ବିଏସ୍‌ଏନ୍‌ଏଲ୍‌ ବାହାର କଲା ଜବରଦସ୍ତ ପ୍ଲାନ୍‌

ନୂଆଦିଲ୍ଲୀ: ଭାରତ ସଞ୍ଚାର ନିଗମ ଲିମିଟେଡ୍‌ (ବିଏସ୍‌ଏନ୍‌ଏଲ୍‌) ୧୫୧ ଟଙ୍କାର ପ୍ଲାନ୍‌ ଲଞ୍ଚ କରିଛି। ଏହି ପ୍ଲାନ୍‌କୁ ଉଇଙ୍ଗ କମାଣ୍ଡର ଅଭିନନ୍ଦନ ବର୍ତ୍ତମାନ ନାମରେ ‘ଅଭିନନ୍ଦନ ୧୫୧’ରଖା ଯାଇଛି। ଏହି ପ୍ଲାନ୍‌ର ବୈଧତା ୨୪ଦିନର ରହିଛି। ଏଥିରେ ବ୍ୟବହାରକାରୀଙ୍କୁ ପ୍ରତିଦିନ ୧ଜିବି ଡାଟା ଓ ୧୦୦ଏସ୍‌ଏମ୍‌ଏସ୍‌ ମିଳିଥାଏ। ୨୪ଦିନ ପର୍ଯ୍ୟନ୍ତ ଗ୍ରାହକ ଏଥିରେ ଲୋକାଲ, ଏସ୍‌ଟିଡି ଓ ରୋମିଂ କଲିଂ ମାଗଣା ପାଇ ପାରିବେ।

ତେବେ ‘ଅଭିନନ୍ଦନ ୧୫୧’ ପ୍ଲାନ୍‌ର ବୈଧତା ୧୮୦ଦିନ ପାଇଁ ରହିଥିଲେ ହେଁ, କଲିଂ ଓ ମେସେଜର ସୁବିଧା ମାତ୍ର ୨୪ଦିନ ପାଇଁ ରହିଛି। ୨୪ଦିନ ପରେ ୧୮୦ଦିନ ପାଇଁ ଇନ୍‌କମିଂ ସୁବିଧା ମାଗଣା ମିଳିବ।

କହି ରଖିବାକୁ ଚାହୁଁଛୁ କି, ବାଲାକୋଟରେ ଭାରତୀୟ ବାୟୁସେନା ପକ୍ଷରୁ କରାଯାଇଥିବା ଏୟାର ଷ୍ଟ୍ରାଇକ୍‌ ପରେ ପାକିସ୍ତାନ ସେନା ଏଫ୍‌-୧୬କୁ ନେଇ ଭାରତୀୟ ସୀମାରେ ପ୍ରବେଶ କରିଥିଲେ। ଭାରତୀୟ ବାୟୁସେନା ପକ୍ଷରୁ କରାଯାଇଥିବା ଏହି ଏୟାର ଷ୍ଟ୍ରାଇକରେ ଉଇଙ୍ଗ କମାଣ୍ଡର ଅଭିନନ୍ଦନ ଏଫ୍‌-୧୬କୁ ମାରି ଖସାଇ ଦେଇଥିଲେ। ଏଥିସହିତ ତାଙ୍କ ଏୟାରକ୍ରାପ୍ଟ ବି ଦୁର୍ଘଟଣା ଶିକାର ହୋଇଥିଲା, କିନ୍ତୁ ପରାଚୁଟ ସାହାଯ୍ୟରେ ସେ ସମୟ ପୂର୍ବରୁ ବିମାନରୁ ବାହାରି ଆସିଥିଲେ। ସେହି ସମୟରେ ପବନ ବେଗ ଅଧିକ ଥିବା ହେତୁ ତାଙ୍କ ପରାଚୁଟ ପାକିସ୍ତାନରେ ଲ୍ୟାଣ୍ଡ କରିଥିଲା। କିିନ୍ତୁ ଏହାର ୨୪ଘଣ୍ଟା ଭିତରେ ପାକିସ୍ତାନ ତାଙ୍କୁ ଛାଡ଼ି ଦେଇଥିଲା।

ଏହି ପ୍ଲାନ୍‌ର ସବ୍‌ସ୍କ୍ରାଇବ୍‌ କରିବା ପାଇଁ ବିଏସ୍‌ଏନ୍‌ଏଲ୍‌ ବ୍ୟବହାରକାରୀ ନିଜ ଫୋନ୍‌ରେ ପ୍ଲାନ୍‌ ୧୫୧ ଓ ୧୨୩ରେ ସେଣ୍ଡ କରନ୍ତୁ। ଏମିତିରେ ଏହି ପ୍ଲାନ୍‌ ଚେନ୍ନାଇ ଓ ତାମିଲନାଡୁ ସର୍କଲ ପାଇଁ ଲଞ୍ଚ କରାଯାଇଛି। କିନ୍ତୁ ଦିଲ୍ଲୀ ଓ ମୁମ୍ବାଇ ବ୍ୟବହାରକାରୀ ବି ଏହାର ଫାଇଦା ଉଠାଇ ପାରିବେ ।

ସମ୍ବନ୍ଧିତ ଖବର