ବିଏସ୍‌ଏନ୍‌ଏଲ୍‌ ନୂଆ ଅଫର, ବର୍ଷକ ପାଇଁ ଅସୀମିତ କଲ ଓ ୨୫ଜିବି ଡାଟା

ନୂଆଦିଲ୍ଲୀ: ନିଜର ଏଫଟିଟିଏଚ ବ୍ରୋଡବ୍ୟାଣ୍ଡ ପ୍ଲାନ୍ସକୁ ଅପଡେଟ କରିବା ପାଇଁ ବିଏସ୍‌ଏନ୍‌ଏଲ୍‌ ଏବେ ୧,୦୯୭ ଟଙ୍କାର ରିଚାର୍ଜ ପ୍ୟାକ୍‌ ନେଇ ଆସିଛି। ଯେଉଁଥିରେ ଅସୀମିତ ଭଏସ୍‌ କଲ ବ୍ୟତୀତ ୨୫ଜିବି ଡାଟା ମିଳିବ। ଅର୍ଥାତ୍‌ ପ୍ରତିଦିନ ୭୦ ଏମବି ଡାଟା ମିଳିବ। ପ୍ଲାନ୍‌ରେ ବୈଧତା ୩୬୫ଦିନ ପର୍ଯ୍ୟନ୍ତ ରହିଛି। ଏହି ପ୍ଲାନ୍‌ ଆଗାମୀ ବର୍ଷ ଜାନୁଆରି ୬ରୁ ଉପଲବ୍ଧ ହେବ। ବିଏସ୍‌ଏନ୍‌ଏଲ୍‌ର ଏହି ପ୍ଲାନ୍‌ରେ ରିଲାଏନ୍ସ ଜିଓର ୧,୬୯୯ ଟଙ୍କାର ପ୍ଲାନ୍‌ ସହିତ କଡ଼ା ଟକ୍କର ଦେବ ବୋଲି କୁହାଯାଉଛି। ଜିଓର ଏହି ପ୍ଲାନ୍‌ରେ ୩୬୫ ଦିନ ଅର୍ଥାତ୍‌ ଗୋଟିଏ ବର୍ଷର ବୈଧତା ରହିଛି। ଏଥିରେ ୫୪୭.୫ଜିବି ଡାଟାର ସୁବିଧା ମିଳିଥାଏ। ଅର୍ଥାତ୍‌ ପ୍ରତିଦିନ ୧.୫ଜିବି ଡାଟା।

ଏତଦ ବ୍ୟତୀତ ଜିଓର ୧୬୯୯ଟଙ୍କାର ପ୍ଲାନ୍‌ ଜରିଆରେ ରିଲାଏନ୍ସ ଜିଓ ୩୬୫ ଦିନ ପର୍ଯ୍ୟନ୍ତ ଅସୀମିତ ଡାଟା ଓ ଭଏସ୍‌ କଲ ସହିତ ଅନ୍ୟ କେତେକ ଲାଭ ବି ଗ୍ରାହକଙ୍କୁ ମିଳିବ। ଏଥିରେ ୧.୫ଜିବି ଡାଟା ପ୍ରତିଦିନ ହିସାବରେ ଗ୍ରାହକଙ୍କୁ ୫୪୭.୫ଜିବି ଡାଟା ମିଳିବ। ପ୍ରତିଦିନ ୧୦୦ ଏମ୍‌ଏମ୍‌ଏସ୍‌ର ସୁବିଧା ବି ମିଳିବ। ଏଥିସହିତ ଜିଓ ଟିଭି, ଜିଓ ସିନେମା, ଜିଓ ମ୍ୟୁଜିକ୍‌ ଭଳି ଆପ୍‌ ସୁବିଧା ମିଳିବ।

ସମ୍ବନ୍ଧିତ ଖବର