ଏକ ମାସ ପର୍ଯ୍ୟନ୍ତ ନିଜ ଗ୍ରାହକମାନଙ୍କୁ ମାଗଣା ସେବା ଦେବ ବିଏସ୍‌ଏନ୍‌ଏଲ୍‌, ଲଞ୍ଚ ହେଲା ଆପ୍‌

ନୂଆଦିଲ୍ଲୀ : ସରକାରୀ ଟେଲିକମ କମ୍ପାନୀ ଭାରତୀୟ ସଞ୍ଚାର ନିଗମ ଲିମିଟେଡ୍‌(ବିଏସ୍‌ଏନ୍‌ଏଲ୍‌) ଉଇଙ୍ଗ୍‌ସ ଇଣ୍ଟରନେଟ୍‌ ଟେଲିଫୋନି ସର୍ଭିସ୍‌ର ଆପ୍‌ ଲଞ୍ଚ କରିଛି । ଆପ୍‌ ଲଞ୍ଚ କରିବା ସହ ବିଏସ୍‌ଏନ୍‌ଏଲ୍‌ ନିଜ ନୂଆ ଗ୍ରାହକମାନଙ୍କୁ ଗୋଟେ ମାସ ପର୍ଯ୍ୟନ୍ତ ମାଗଣା ସେବା ଦେବ ବୋଲି ଜଣାପଡ଼ିଛି । ଯେଉଁମାନେ ବର୍ଷକ ପାଇଁ ରିଚାର୍ଜ କରିବେ କେବଳ ସେହି ମାନଙ୍କୁ ହିଁ ମାସକ ପାଇଁ ମାଗଣା ସେବା ମିଳିବ ବୋଲି ବିଏସ୍‌ଏନ୍‌ଏଲ୍ ତରଫରୁ ଘୋଷଣା କରାଯାଇଛି । ରିଚାର୍ଜ କରିବା ପାଇଁ ଗ୍ରାହକମାନଙ୍କୁ ୧୦୯୯ଟଙ୍କା ଦେବାକୁ ହେବ । ଏହି ଟଙ୍କାରେ ଜିଏସ୍‌ଟି ଅଲଗା ଭାବରେ ଯୋଡ଼ାଯିବ ।

thestatesman.com

ଦେଶର ଯେଉଁ ଭାଗରେ ଲୋକମାନେ ଖରାପ ନେଟ୍‌ଓ୍ଵାର୍କ ପାଇଁ ଠିକ୍‌ ଭାବରେ କଥା ହୋଇ ପାରୁ ନାହାନ୍ତି,ସେମାନେ ଉଇଙ୍ଗ୍‌ସ ସାହାଯ୍ୟରେ ଖୁବ୍‌ ସହଜରେ କଲ୍‌ କରି ପାରିବେ । ଏହା ଏକ ଆଇପି ବା ଇଣ୍ଟରନେଟ୍‌ ଚାଳିତ ସେବା ବୋଲି ଜଣା ପଡ଼ିଛି । ଏହାର ବ୍ୟବହାର ପାଇଁ ଗ୍ରାହକଙ୍କୁ ବିଏସ୍‌ଏନ୍‌ଏଲ୍‌ର ଟେଲିଫୋନି ଆପ୍‌ ଇନ୍‌ଷ୍ଟଲ କରିବାକୁ ହେବ । ଏହି ଆପ୍‌ ଦ୍ୱାରା ଗ୍ରାହକମାନେ ବିନା ସିମ୍‌ରେ କଲ୍‌ କରିବାର ସୁବିଧା ପାଇ ପାରିବେ ବୋଲି ଜଣା ପଡ଼ିଛି ।

ସମ୍ବନ୍ଧିତ ଖବର