ବିଏସ୍‌ଏନ୍‌ଏଲ୍‌ ଲଞ୍ଚ କଲା ନୂତନ ପ୍ଲାନ୍‌, ୩୪୯ଟଙ୍କାରେ ୫୪ଜିବି ଡାଟା ଓ ଅସୀମିତ କଲିଂ ସୁବିଧା

ନୂଆଦିଲ୍ଲୀ: ଜିଓ ଓ ଅନ୍ୟ କମ୍ପାନିକୁ ଟକ୍କର ଦେବା ପାଇଁ ସରକାରୀ ଟେଲିକମ୍‌ କମ୍ପାନି ଭାରତ ସଞ୍ଚାର ନିଗମ ଲିମିଟେଡ (ବିଏସ୍‌ଏନ୍‌ଏଲ୍‌) ଏକ ନୂତନ ପ୍ଲାନ୍‌ ଲଞ୍ଚ କରିଛି। ବିଏସ୍‌ଏନ୍‌ଏଲ୍‌ ଏହି ପ୍ଲାନ୍‌ରେ ପ୍ରିପେଡ ଗ୍ରାହକଙ୍କୁ ଅସୀମିତ ଭଏସ୍‌ କଲିଂ ବ୍ୟତୀତ ୧ଜିବି ଡାଟା ପ୍ରତିଦିନ ମିଳିବ। କମ୍ପାନିର ଏହି ପ୍ଲାନ୍‌ର ମୂଲ୍ୟ ୩୪୯ ଓ ବୈଧତା ୫୪ଦିନ ପର୍ଯ୍ୟନ୍ତ ରହିଛି। ଏଭଳି ଭାବେ ଗ୍ରାହକ ୫୪ଜିବି ଡାଟାର ଫାଇଦା ଉଠାଇ ପାରିବେ। ଏଥିରେ ଗ୍ରାହକ ଭଏସ୍‌ କଲିଂ ବ୍ୟତୀତ ପ୍ରତିଦିନ ୧୦୦ ଏସ୍‌ଏମ୍‌ଏସ୍‌ର ସୁବିଧାର ଫାଇଦା ଉଠାଇ ପାରିବେ। ବିଏସ୍‌ଏନ୍‌ଏଲ୍‌ ଏହା ପୂର୍ବରୁ ୯୯ଟଙ୍କା ଓ ୩୧୯ଟଙ୍କାର ଦୁଇଟି ପ୍ଲାନ୍‌ ଲଞ୍ଚ୍‌ କରିଥିଲା।

ବିଏସ୍‌ଏନ୍‌ଏଲ୍‌ ବ୍ୟତୀତ ଜିଓ ବି ଗ୍ରାହକଙ୍କୁ ୩୪୯ଟଙ୍କାର ଅଫର ପ୍ରଦାନ କରିଛି। ଜିଓ ପ୍ଲାନ୍‌ରେ ଗ୍ରାହକଙ୍କୁ ଅସୀମିତ ଭଏସ୍‌ କଲିଂ ଓ ୧୦୦ଏସ୍‌ଏମ୍‌ଏସ୍‌ ବ୍ୟତୀତ ପ୍ରତିଦିନ ୧.୫ଜିବି ଡାଟାର ସୁବିଧା ବି ଦେଇଛି। ଜିଓର ଏହି ପ୍ଲାନ୍‌ର ବୈଧତା ୭୦ଦିନ ପର୍ଯ୍ୟନ୍ତ ରହିଛି।

ବିଏସ୍‌ଏନ୍‌ଏଲ୍‌ ଏଯାବତ୍‌ ବଛାବଛା କେତେଟି ସ୍ଥାନରେ ୪ଜି କନେକ୍ଟିଭିଟିର ସୁବିଧା ଦେଇଛି। ସେଥିପାଇଁ ହୋଇପାରେ ଆପଣଙ୍କୁ ୩ଜିବି ଇଣ୍ଟରନେଟ ସ୍ପିଡ୍‌ ମିଳିପାରେ।

ସମ୍ବନ୍ଧିତ ଖବର