ନୂଆଦିଲ୍ଲୀ: ସରକାରୀ ଟେଲିକମ୍ କମ୍ପାନି ବିଏସ୍ଏନ୍ଏଲ୍ ୫୮ଟଙ୍କାର ପ୍ରିପେଡ ପ୍ଲାନ୍ରେ ଅସୀମିତ ଫାଇଦା ଗ୍ରାହକଙ୍କ ପାଇଁ ଉପଲବ୍ଧ କରାଇଛି। ବିଏସ୍ଏନ୍ଏଲ୍ ଏହି ପ୍ଲାନ୍ର ତୁଳନା ଏୟାରଟେଲର ୫୯ଟଙ୍କିଆ, ରିଲାଏନ୍ସ ଜିଓର ୫୨ ଟଙ୍କିଆ ପ୍ଲାନ୍ ସହିତ କରାଯାଇଛି। ବିଏସ୍ଏନ୍ଏଲ୍ ୫୮ ଟଙ୍କିଆ ପ୍ଲାନ୍ରେ ଗ୍ରାହକକୁ ଅସୀମିତ ଭଏସ୍ କଲ, ପ୍ରତିଦିନ ୧୦୦ଏସ୍ଏମ୍ଏସ୍ ଓ ସାତଦିନ ପର୍ଯ୍ୟନ୍ତ ୫୦୦ଏମ୍ ବି ଡାଟା ପ୍ରଦାନ କରାଯିବ। କମ୍ପାନି ଏହି ଡାଟା ପ୍ଲାନ୍ର ନାମ ‘ଦ ଓନଲି ଟ୍ରେବଲ ପେକ୍’ ରଖିିଛି।
Sambad is now on WhatsApp
Join and get latest news updates delivered to you via WhatsApp
୫୮ଟଙ୍କା ଥିବା ପ୍ଲାନ୍ରେ ଗ୍ରାହକ କୌଣସି ବି ନେଟଓ୍ଵାର୍କରେ ଅସୀମିତ କଲ କରି ପାରିବେ। ଏଥିସହିତ ରୋମିଂ କଲ ମାଗଣା ରହିଛି। ଅସୀମିତ କଲରେ କୌଣସି ପ୍ରକାର ସୀମା ରଖାଯାଇନାହିଁ। ରୋମିଂ କଲ୍ର ଫାଇଦା ଦିଲ୍ଲୀ ଓ ମୁମ୍ବାଇରେ ବାସିନ୍ଦା ଉଠାଇ ପାରିବେ ନାହିଁ।
ନିକଟରେ ବିଏସ୍ଏନ୍ଏଲ୍ ‘ଲୁଟ ଲୋ’ ଅଫର ରି-ଲଞ୍ଚ କରିଥିଲା। ବିଏସ୍ଏନ୍ଏଲ୍ ଲୁଟ ଲୋ ପୋଷ୍ଟପେଡ ଅଫର ଜରିଆରେ ପ୍ରିମିୟମ ପୋଷ୍ଟପେଡ ପ୍ଲାନ୍ସ ଉପରେ ୬୦ ପ୍ରତିଶତ ପର୍ଯ୍ୟନ୍ତ ରିହାତି ଦିଆଯାଇଥିଲା। ଏହି ଅଫରର ଫାଇଦା ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ଉଠାଯାଇ ପାରିବ।