ବିଏସ୍‌ଏନ୍‌ଏଲ୍‌ର ବମ୍ପର ଅଫର, ଜିଓ ଠାରୁ ବି ମିଳିବ ଅଧିକ ଡାଟା

ନୂଆଦିଲ୍ଲୀ: ଜିଓର ଡବଲ ଧମାକା ଅଫରକୁ ଟକ୍କର ଦେବାକୁ ଯାଇ ବିଏସ୍‌ଏନ୍‌ଏଲ୍‌ ନୂତନ ପ୍ରମୋସନାଲ ଡାଟା ପ୍ୟାକ୍‌ ଲଞ୍ଚ କରିଛି। ଏହି ନୂତନ ଡାଟା ପ୍ୟାକ୍‌ରେ ୪ଜିବି ଡାଟା ପ୍ରତିଦିନ ମିଳିବ ଓ ଏହାର ମୂଲ୍ୟ ୧୪୯ଟଙ୍କା ରହିଛି। ବିଏସ୍‌ଏନ୍‌ଏଲ୍‌ ୧୪୯ଟଙ୍କା ପ୍ୟାକ୍‌ର ବୈଧତା ୨୮ଦିନ ପର୍ଯ୍ୟନ୍ତ ରହିଛି। ବିଏସ୍‌ଏନ୍‌ଏଲ୍‌ର ନୂତନ ରିଚାର୍ଜ ପ୍ୟାକ୍‌କୁ FIFA World Cup Special Data STV ୧୪୯ ନାମ ଦିଆଯାଇଛି।

ପ୍ରକାଶିତ ଖବର ମୁତାବକ, ଏହି ରିଚାର୍ଜ ଫିଫା ଓ୍ଵାଲର୍ଡ କପ୍‌ ସିଜନ୍‌ ଅର୍ଥାତ୍‌ ଜୁନ୍‌ ୧୩ରୁ ଜୁଲାଇ ୧୫ପର୍ଯ୍ୟନ୍ତ ମିଳିବ। ବିଏସ୍‌ଏନ୍‌ଏଲ୍‌ର ଏହି ପ୍ୟାକ୍‌ ଜିଓ ଓ ଏୟାରଟେଲକୁ ଟକ୍କର ଦେବା ପାଇଁ ଅଣ୍ଟା ଭିଡିଛି। ଜିଓର ୧୪୯ ପ୍ଲାନ୍‌ରେ ୩ଜିବି ଡାଟା ପ୍ରତିଦିନ ଓ ଅସୀମିତ ଭଏସ କଲ ଓ ୧୦୦ଏସ୍‌ଏମ୍‌ଏସ୍‌ ସୁବିଧା ରହିଛି। ଏହାର ବୈଧତା ୨୮ଦିନ ପର୍ଯ୍ୟନ୍ତ। ସେହିପରି ଏୟାରଟେଲର ୧୪୯ଟଙ୍କାର ପ୍ଲାନ୍‌ରେ ଅସୀମିତ ଭଏସ୍‌ କଲ ଓ ଏସ୍‌ଏମଏସ୍‌ ସହିତ ୨୮ଦିନ ପର୍ଯ୍ୟନ୍ତ ପ୍ରତିଦିନ ଗ୍ରାହକଙ୍କୁ ୨ଜିବିର ଡାଟା ମିଳୁଛି।

ଟେଲିକମ୍‌ ଟକ୍‌ ମୁତାବକ, ବିଏସ୍‌ଏନ୍‌ଏଲ୍‌ ୧୪୯ଟଙ୍କାର ପ୍ଲାନ୍‌ ବୁଧବାର ଦିନ ହିଁ ରିଚାର୍ଜ କରାଯାଇପାରିବ। ଜୁନ୍‌ ୧୪ରୁ ଏହା ସମସ୍ତ ଟେଲିକମ୍‌ ସର୍କଲରେ ଉପଲବ୍ଧ ହୋଇଯିବ। ବିଏସ୍‌ଏନ୍‌ଏଲ୍‌ ୧୪୯ଟଙ୍କାର ପ୍ଲାନରେ ୪ଜିବି ଡାଟା ତ ପ୍ରତିଦିନ ମିଳିବ। କିନ୍ତୁ ଜିଓ ଓ ଏୟାରଟେଲ ଭଳି ଭଏସ୍‌ କଲ ଓ ଏସ୍‌ଏମ୍‌ଏସ୍‌ର ସୁବିଧା ଉପଲବ୍ଧ ରହିବ ନାହିଁ।

ସମ୍ବନ୍ଧିତ ଖବର