ବିଏସ୍‌ଏନ୍‌ଏଲ୍‌ ଲଞ୍ଚ କଲା ‘କୁଲ୍‌’ ଅଫର, ଗ୍ରାହକ ପାଇବେ ଅସୀମିତ ଭଏସ୍‌ କଲ ଓ ଡାଟା

ନୂଆଦିଲ୍ଲୀ: ଭାରତୀୟ ଟେଲିକମ୍‌ ବଜାରରେ ଜିଓକୁ ଟକ୍କର ଦେବାକୁ ଯାଇ ଭାରତ ସଞ୍ଚାର ନିଗମ ଲିମିଟେଡ୍‌ ବିଏସ୍‌ଏନ୍‌ଏଲ୍‌ ଦେଶରେ ପ୍ରିପେଡ୍‌ ଗ୍ରାହକଙ୍କ ପାଇଁ ‘କୁଲ୍‌’ ଅଫରର ଶୁଭାରମ୍ଭ କରିଛି। ଏହି ଅଫର ଜରିଆରେ ବିଏସ୍‌ଏନ୍‌ଏଲ୍‌ ପ୍ରିପେଡ ଗ୍ରାହକ ୮୪ଦିନ ପାଇଁ ଅସୀମିତ ଡାଟା, ଅସୀମିତ ଭଏସ୍‌ କଲ , ପ୍ରତିଦିନ ୧୦୦ଏସ୍‌ଏମ୍‌ଏସ୍‌ ଓ ରିଙ୍ଗ ବ୍ୟାକ୍‌ ଟୋନ୍‌ର ସୁବିଧା ଉଠାଇ ପାରିବେ।

ବିଏସ୍‌ଏନ୍‌ଏଲ୍‌ର ଏହି ପ୍ଲାନ୍‌ର ମୂଲ୍ୟ ୧,୦୯୯ଟଙ୍କା ରଖାଯାଇଛି। ଆର୍ଥାତ୍‌ ବିଏସ୍‌ଏନ୍‌ଏଲ୍‌ ଗ୍ରାହକଙ୍କୁ ପ୍ରତିଦିନ ୧୩ଟଙ୍କା ଚାର୍ଜ ପଡ଼ିବ। ବିଏସ୍‌ଏନ୍‌ଏଲ୍‌ ଏହି ପ୍ଲାନ୍‌ ଦେଶର ପ୍ରତ୍ୟେକ ସର୍କଲରେ ଉପଲବ୍ଧ ରହିଥିବା ବେଳେ ଅନ୍ୟ ବଡ କମ୍ପାନିଙ୍କ ପ୍ଲାନ୍‌ ତୁଳନାରେ ଭିନ୍ନ ରହିଛି। କାରଣ ବାକି କମ୍ପାନିଙ୍କ ଡାଟା ଓ କଲକୁ ନେଇ କିଛି ନା କିଛି ସୀମା ରହିଥାଏ।

ଖାସ୍‌ କଥା ଟି ହେଉଛି, ବିିଏସ୍‌ଏନ୍‌ଏଲ୍‌ ସମସ୍ତ ସ୍ଥାନରେ ୩ଜି ନେଟଓ୍ଵାର୍କ ପ୍ରଦାନ କରିଥାଏ। ବାକି କମ୍ପାନି ୪ଜି ନେଟଓ୍ଵାର୍କ ପ୍ରଦାନ କରିଥାଏ। ବିଏସ୍‌ଏନ୍‌ଏଲ୍‌ କେବଳ କେରଳ ସର୍କଲରେ ୪ଜି ନେଟଓ୍ଵାର୍କ ଦେଇଥାଏ।

ଗତବର୍ଷ ବିଏସ୍‌ଏନ୍‌ଏଲ୍‌ ଅନେକ ଅସୀମିତ କଲ୍‌ର ଅଫର ଦେଇଥିଲା। ଏଣିକି ବିଏସ୍‌ଏନ୍‌ଏଲ୍‌ ୧୮୬ଟଙ୍କା, ୧୮୭ଟଙ୍କା, ୩୪୯ଟଙ୍କା, ୪୨୯ଟଙ୍କା, ୬୬୬ଟଙ୍କା ପ୍ଲାନ୍‌ର ବୈଧତା ୫୦ପ୍ରତିଶତ ପର୍ଯ୍ୟନ୍ତ ବଢ଼ାଇ ଦେଇଛି। ନୂଆ ଅପଡେଟ୍‌ ପରେ ବିଏସ୍‌ଏନ୍‌ଏଲ୍‌ ପ୍ଲାନ୍‌ ୧୨୯ ବୈଧତା ଓ ୧.୫ଜିବି ଡାଟା ପ୍ରଦାନ କରୁଛି।

ସମ୍ବନ୍ଧିତ ଖବର