ନୂଆବର୍ଷ ଖୁସିକୁ ପାଣିଚିଆ କଲା ବିଏସଏନଏଲ୍‌, କିପରି ଜାଣନ୍ତୁ

ନୂଆଦିଲ୍ଲୀ: ବିଏସଏନଏଲ ବ୍ରଡବ୍ୟାଣ୍ଡ ଉପଭୋକ୍ତାଙ୍କ ନୂଆବର୍ଷ ଖୁସିକୁ ପାଣିଚିଆ କଲା ଭଳି ଖବର । କାରଣ ନୂଆବର୍ଷଠାରୁ ଏହି ରାଷ୍ଟ୍ରାୟତ ଟେଲିକମ କମ୍ପାନି ନିଜର ମାଗଣା ନାଇଟ୍‌ କଲିଂ ସମୟରେ ପରବର୍ତ୍ତନ ଆଣିବା ବିଷୟରେ ଘୋଷଣା କରିଛି । ପୂର୍ବରୁ ଏହି ସମୟ ରାତି ୯ଟାରୁ ସକାଳ ୭ଟା ପର୍ଯ୍ୟନ୍ତ ଥିଲା । କିନ୍ତୁ ଜାନୁୟାରୀ ୧ରୁ ଏହା ରାତି ୧୦.୩୦ରୁ ସକାଳ ୬ଟା ପର୍ଯ୍ୟନ୍ତ ଲାଗୁ ହେବ । ଅର୍ଥାତ୍‌ ବିଏସଏନଏଲ ପକ୍ଷରୁ ଏହି ସମୟକୁ ଅଢେଇ ଘଣ୍ଟା ଛୋଟ କରିଦେଇଛି । ଏହା ସାରା ଦେଶରେ ବିଏସଏନଏଲ ଲାଣ୍ଡଲାଇନ, ବ୍ରଡବ୍ୟାଣ୍ଡ, କମ୍ବୋ ଓ ଏଫଟିଟିଏଚ୍‌ ଗ୍ରାହକମାନଙ୍କ ପାଇଁ ଲାଗୁ ହେବ । ତେବେ ଏହି ଫ୍ରି କଲିଂ ସମୟ ଛୋଟ କରାଯିବାର କାରଣ ସମ୍ପର୍କରେ କମ୍ପାନି ତରଫରୁ କୌଣସି ସୂଚନା ଦିଆଯାଇନାହିଁ । ବିଏସଏନଏଲର ଅନଲିମିଟେଡ୍‌ ବ୍ରଡବ୍ୟାଣ୍ଡ ପ୍ଲାନ ମାସକୁ ୪୯୯ ଟଙ୍କାରୁ ଆରମ୍ଭ ହେଉଛି । ଅବଶ୍ୟ ବିଏସଏନଏଲ୍‌ ର କେବଳ ଲାଣ୍ଡଲାଇନ ପ୍ଲାନରେ ଫ୍ରି ନାଇଟ୍‌ କଲିଂ ସୁବିଧା ଅବ୍ୟାହତ ରହିଛି ।

 

ଅନ୍ୟପକ୍ଷରେ ରହିବାର ଦିନ ବିଏସଏନଏଲ ପକ୍ଷରୁ ସାରା ଦିନ ମାଗଣା ଭଏସ କଲିଂ ସୁବିଧା ଦିଆଯାଇଥାଏ । କିନ୍ତୁ ହିମାଚଳ ଟେଲିକମ ସର୍କଲରେ ଏହି ସେବା ଲାଗୁ ହେବନାହିଁ ବୋଲି ବିଏସଏନଏଲ ପକ୍ଷରୁ କୁହାଯାଇଛି ।

ସମ୍ବନ୍ଧିତ ଖବର