ବିଏସ୍‌ଏନ୍‌ଏଲ୍‌ର ସ୍ପେଶାଲ ଟାରିଫ୍‌ ପ୍ଲାନ୍‌ରେ ମାତ୍ର ୧୮ ଟଙ୍କାରେ ଗ୍ରାହକଙ୍କୁ ମିଳିବ ଅସୀମିତ ଭିିଡିଓ କଲିଂ ଓ ଡାଟା

ନୂଆଦିଲ୍ଲୀ: ଭାରତ ସଞ୍ଚାର ନିଗମ ଲିମିଟେଡ୍‌ (ବିଏସ୍‌ଏନ୍‌ଏଲ୍‌)କୁ ୧୮ବର୍ଷ ପୂରା ହେବାକୁ ଯାଉଛି। ଏହି ଅବସରରେ କମ୍ପାନି ନିଜର ଗ୍ରାହକଙ୍କୁ ଚାରିଟି ନୂଆ ପ୍ରିପେଡ୍‌ ପ୍ଲାନ୍‌ ଭେଟି ଦେଇଛି। ଏହି ପ୍ଲାନ୍‌ରେ ଏସ୍‌ଟିଭି ୧୮, ଏସ୍‌ଟଭି ୬୦୧, ଏସ୍‌ଟଭି ୧୨୦୧ ଓ ଏସ୍‌ଟିଭି ୧୮୦୧ ସହିତ ଡାଟା, ଭଏସ୍‌ ଓ ଭିଡିଓ କଲିଂର ଫାଇଦା ଉଠାଯାଇ ପାରିବ। ସମସ୍ତ ପ୍ରକାର ସ୍ପେଶାଲ ଟାରିଫ୍‌ ଭାଉଚର୍ସ ଏକ ଅକ୍ଟୋବରରୁ ଆରମ୍ଭ ହୋଇ ୧୮ ତାରିଖ ପର୍ଯ୍ୟନ୍ତ ବୈଧ ଅଛି।

୧୮ଟଙ୍କାର ଟାରିଫ୍‌ରେ ପ୍ରିପେଡ୍‌ ବ୍ୟବହାରକାରୀ ଅସୀମିତ ଭଏସ୍‌, ଭିଡିଓ କଲିଂ ଓ ଡାଟାର ଫାଇଦା ମିଳିବ। ଏହି ପ୍ଲାନ୍‌ ଦୁଇଦିନର ଭେଲିଡେଟି ରହିବ। ୬୦୧, ୧୨୦୧ ଓ ୧୮୦୧ଟଙ୍କାର ଟାରିଫ୍‌ ପ୍ଲାନ୍‌ରେ ୧୮ ପ୍ରତିଶତ ଅତିରିକ୍ତ ଟକ୍‌ ଟାଇମ୍‌ ଓ କିଛି ଅତିରିକ୍ତ ଲାଭ ଗ୍ରାହକଙ୍କୁ ଦିଆଯିବ। ଏସ୍‌ଟଭି ୬୦୧, ଏସ୍‌ଟିଭି ୧୨୦୧ ଓ ଏସ୍‌ଟିଭି ୧୮୦୧ ଯେଉଁ ଟକ୍‌ ଟାଇମ୍‌ ଓ ଡାଟା ମିଳିବ ତାହା କ୍ରମଶଃ ୭୦୯, ୧୪୧୭ ଓ ୨୧୨୫ ଟଙ୍କାର ପ୍ଲାନ୍‌ ଭଳି ମିଳିବ। ୭୦୯ ଟଙ୍କାର ପ୍ଲାନ୍‌ରେ ୫ଜିବି ୪ଜି/୩ଜି ଡାଟା ମିଳିବ। ୪୧୭ ଟଙ୍କାର ପ୍ଲାନ୍‌ରେ ୧୦ଜିବି ୪ଜି/୩ଜି ଡାଟା ଓ ୨୧୨୫ଟଙ୍କାର ପ୍ଲାନ୍‌ରେ ୧୫ଜିବି ୪ଜି/୩ଜି ଡାଟା ମତଳତ। ଏହି ତନିଟି ପ୍ଲାନ୍‌ର ଭେଲିଡିଟି ୯୦ଦିନ ପର୍ଯ୍ୟନ୍ତ ରହିବ।

ସମ୍ବନ୍ଧିତ ଖବର