ବିଏସଏନଏଲ ଛାଡ଼ିଲା  ୭୫ ଟଙ୍କିଆ ପ୍ଲାନ,  ମିଳିବ  ଅନଲିମିଡେଟ କଥା ଓ ୧୦ ଜିବି ଥ୍ରୀ-ଜି ଡାଟା

ନୂଆଦିଲ୍ଲୀ  : ରାଷ୍ଟ୍ରାୟତ ଟେଲିକମ ସେବା କମ୍ପାନି ବିଏସଏନଏଲ ପକ୍ଷରୁ ଏକ ୭୫ ଟଙ୍କିଆ ପ୍ରିପେଡ ପ୍ଲାନ ଆରମ୍ଭ କରାଯାଇଛି । ଏହା ଦ୍ୱାରା ଉପଭୋକ୍ତାମାନେ ଅନଲିମିଡେଟ କଥା ହୋଇପାରିବେ ଓ ୧୦ ଜିବି ଥ୍ରୀ-ଜି ଡାଟା ପାଇପାରିବେ । ଏହାର ଭାଲିଡିଟି ୧୫ ଦିନ ରଖାଯାଇଛି । ତେବେ ଗ୍ରାହକ ଚାହିଁଲେ ଏହି ଭାଲିଡିଟି ପିରିୟଡକୁ ବଢାଇପାରିବେ । ଗ୍ରାହକମାନେ କେତେକ ନିର୍ଦ୍ଦିଷ୍ଟ ଏସଟିଭି ବ୍ୟବହାର କରି ଏହାର ସମୟସୀମାକୁ ବଢାଇପାରିବେ । ରିଲାଏନ୍ସ ଜିଓର ୯୮ ଟଙ୍କିଆ ପ୍ଲାନକୁ ଟକ୍କର ଦେବା ପାଇଁ କମ୍ପାନି ଏହି ପ୍ଲାନ ଆରମ୍ଭ କରିଛି । ତେବେ ମୁମ୍ବାଇ ଓ ଦିଲ୍ଲୀ ସର୍କଲ ପାଇଁ ଏହି ଅନଲିମିେଟେଡ ଫ୍ରି କଲିଂ ବ୍ୟବସ୍ଥା ଲାଗୁ ହେବ ନାହିଁ । ଆହୁରି ମଧ୍ୟ ମିଳୁଥିବା ୧୦ ଜିବି ଡାଟା ବ୍ୟବହାର ପାଇଁ କୌଣସି ଦୈନିକ ସୀମା ନାହିଁ । ଅର୍ଥାତ ଗ୍ରାହକମାନେ ଚାହିଁଲେ ଗୋଟିଏ ଦିନରେ ୧୦ ଜିବି ବ୍ୟବହାର କରିପାରିବେ । ଏହା ସହିତ ୫୦୦ଟି ଏସଏମଏସ ସୁବିଧା ମଧ୍ୟ ପ୍ରଦାନ କରାଯାଉଛି ।

ସମ୍ବନ୍ଧିତ ଖବର