ରାଜ୍ୟସଭାରେ ବଜେଟ୍ ଗୃହୀତ

ନୂଆଦିଲ୍ଲୀ: ରାଜ୍ୟସଭାରେ  ଉଭୟ ବ୍ୟୟମଞ୍ଜୁରି ବିଲ୍ ଓ ଫାଇନାନ୍ସ ବିଲ୍ ଗୃହୀତ ହୋଇଛି। ଏହାକୁ ନେଇ ଚାରି ଘଣ୍ଟାରୁ ଅଧିକ ସମୟ ବିତର୍କ ଚାଲିଥିଲା। ବିତର୍କରେ ଭାଗ ନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ, ମୁଦ୍ରାସ୍ଫୀତି ହାର ନିମ୍ନ ସ୍ତରରେ ରହିଥିବାରୁ ପେଟ୍ରୋଲ୍‌ ଓ ଡିଜେଲ୍ ଉପରେ ଟିକସ ବୃଦ୍ଧି କରାଯାଇଛି। ଏହି ନିଷ୍ପତ୍ତି ଯୋଗୁ ବିଭିନ୍ନ ସାମଗ୍ରୀର ଦର ବଢ଼ିବାର ଆଶଙ୍କା ନାହିଁ। ନିଉଜ୍‌ପ୍ରିଣ୍ଟ୍‌ ଆମଦାନି ଉପରେ ଲଗାଯାଇଥିବା ୧୦% ଶୁଳ୍କକୁ ପ୍ରତ୍ୟାହାର କରାଯିବ ନାହିଁ ବୋଲି ସେ ସ୍ପଷ୍ଟ କରିଦେଇଛନ୍ତି।

ସମ୍ବନ୍ଧିତ ଖବର