‘ବିଲ୍‌ଡିଂ କୋଡ୍ ଅନୁସାରେ କୋଠା ନିର୍ମାଣ କର’

ଭୁବନେଶ୍ବର: ଓଡ଼ିଶା ପ୍ରାକୃତିକ ବିପର୍ଯ୍ୟୟ ଦ୍ବାରା ପ୍ରଭାବିତ ଏକ ରାଜ୍ୟ। ଏଠାରେ ବିଲ୍ଡିଂ କୋଡ୍ ଅନୁଯାୟୀ କୋଠା ନିର୍ମାଣ କଲେ ତାହା ଅଧିକ ସୁରକ୍ଷିତ ରହିବ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଦି ଇନଷ୍ଟିଚ୍ୟୁଟ୍‌ ଅଫ୍ ଇଞ୍ଜିନିୟର୍ସ (ଇଣ୍ଡିଆ) ଓ ବ୍ୟୁରୋ ଅଫ୍‌ ଇଣ୍ଡିଆନ୍ ଷ୍ଟାଣ୍ଡାର୍ଡ, ନୂଆଦିଲ୍ଲୀର ମିଳିତ ଉଦ୍ୟମରେ ଦି ଇନଷ୍ଟିଚ୍ୟୁଟ୍‌ ଅଫ୍‌ ଇଞ୍ଜିନିୟର୍ସ ପରିସରରେ ଆଦି ଠାରୁ ଆରମ୍ଭ ହୋଇଥିବା ‘ଭାରତୀୟ ଜାତୀୟ ବିଲ୍ଡିଂ କୋଡ୍ ୨୦୧୬’ ସମ୍ପର୍କିତ ଦୁଇଦିନିଆ କମର୍ଶାଳା‌ର ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେଇଥିବ ବକ୍ତାମାନେ ଏଭଳି ମତବ୍ୟକ୍ତ କରିଛନ୍ତି। କର୍ମଶାଳାକୁ ପୂର୍ତ୍ତ ସଚିବ ନଳିନୀକାନ୍ତ ପ୍ରଧାନ ଉଦ୍‌ଘାଟନ କରି କହିଛନ୍ତି ଯେ, କୋଠା ନିର୍ମାଣ କରିବା ବେଳେ ଅଗ୍ନି ନିର୍ବାପକ ବ୍ୟବସ୍ଥା ଠାରୁ ଆରମ୍ଭ କରି ବିଲ୍‌ଡିଂ କୋଡ୍‌ର ବିଭିନ୍ନ ମାନଦଣ୍ଡକୁ ଗ୍ରହଣ କଲେ କୋଠା ଦୀର୍ଘସ୍ଥାୟୀ ଓ ସୁନ୍ଦର ହୋଇପାରିବ। ପୂର୍ତ୍ତ ବିଭାଗ ବିଜତ ୨-୩ ବର୍ଷରେ ୫ଟି ମେଡିକାଲ୍ କଲେଜ ଓ ଅନେକ ଏମ୍‌ସିଏଚ୍‌ ବିଲ୍ଡିଂ ନିର୍ମାଣ କରିଛି। ବୋଲି ସେ କହିଛନ୍ତି। ଏହି ଅବସରରେ ଇନଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିସୟର୍ସର ପୂର୍ବତନ ସଭାପତି ଆଶୋକ ଦାସ, ଓଡ଼ିଶା ସେଣ୍ଟର୍‌ର ଚେୟାରମ୍ୟାନ୍ ପ୍ରଫେସର ପି କେ ପାଢ଼ୀ, ପି କେ ତ୍ରିପାଠୀ, ବିଜୟ ଚନ୍ଦ୍ର ତ୍ରିପାଠୀ, ପ୍ରଫେସର କେ କେ ରାଉତ, ଏସ୍‌ ଅରୁଣ କୁମାର ଓ ଡିଜାଇନର୍‌, ଇଞ୍ଜିନିୟର ଏବଂ ବିଭିନ୍ନ ସଂସ୍ଥାର ପ୍ରତିନିିଧି ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର