ବୁଲେଟ୍ ଟ୍ରେନ୍‌ ଯାତ୍ରୀ ଭଡ଼ା ୩ ହଜାର ଟଙ୍କା ରହିବ

ଅହମ୍ମଦାବାଦ: ମୁମ୍ବାଇ ଏବଂ ଅହମ୍ମଦାବାଦ ମଧ୍ୟରେ ଚାଲିବାକୁ ଥିବା ବୁଲେଟ୍ ଟ୍ରେନ୍‌ରେ ଜଣକୁ ଯାତ୍ରା କରିବା ନିମନ୍ତେ ପ୍ରାୟ ୩ ହଜାର ଟଙ୍କା ଭଡ଼ା ଦେବାକୁ ପଡ଼ିବ। ନ୍ୟାସନାଲ ହାଇସ୍ପିଡ୍ ରେଲ୍ କର୍ପୋରେସନ୍ ଲିମିଟେଡର ଜଣେ ଅଧିକାରୀଙ୍କ ସୂତ୍ରରୁ ଏହା ଜଣାଯାଇଛି। ଏହି ପ୍ରକଳ୍ପ ପାଇଁ ୧୩୮୦ ହେକ୍ଟର ଜମି ଆବଶ୍ୟକ। ବର୍ତ୍ତମାନ ସୁଦ୍ଧା ୬୨୨ ହେକ୍ଟର ଜମି ଅଧିଗ୍ରହଣ ହୋଇ ସାରିଛି। ୫୦୮ କିମି ଦୂରତା ବିଶିଷ୍ଟ ଏହି ରେଳ ପ୍ରକଳ୍ପ ପାଇଁ ପ୍ରାୟ ୧.୦୮ ଲକ୍ଷ କୋଟି ଟଙ୍କା ବିନିଯୋଗ ହେବ। ୨୦୨୩ ଡିସେମ୍ବର ସୁଦ୍ଧା ପ୍ରକଳ୍ପ କାର୍ଯ୍ୟ ଶେଷ ହେବ ବୋଲି ଲକ୍ଷ୍ୟ ରଖାଯାଇଛି। ମୁମ୍ବାଇ ଏବଂ ଅହମ୍ମଦାବାଦ ମଧ୍ୟରେ ୧୨ଟି ଷ୍ଟେସନ ରହିବ।

ସମ୍ବନ୍ଧିତ ଖବର