‘ବୁନ୍‌କାରୀ ଇଣ୍ଡିଆ’ର ନୂଆ ଷ୍ଟୋର୍‌

ଭୁବନେଶ୍ୱର: ବୁନ୍‌କାରୀ ଇଣ୍ଡିଆ ପକ୍ଷରୁ ଜନପଥରେ ଏକ ନୂଆ ଷ୍ଟୋର୍‌ ଖୋଲାଯାଇଛି। ଫଳରେ ବୁନ୍‌କାରୀ ଇଣ୍ଡିଆର ଷ୍ଟୋର୍‌ ସଂଖ୍ୟା ୧୨କୁ ବୃଦ୍ଧି ପାଇଛି। ଭୁବନେଶ୍ୱରରେ ଏହା କଂପାନିର ଦ୍ୱିତୀୟ ଷ୍ଟୋର୍‌। କମ୍ପାନିର ନିର୍ଦେଶକ ଶୈଳେଶ ଅଗ୍ରଓ୍ଵାଲ କୁହନ୍ତି, ୨୦୨୦ ସୁଦ୍ଧା ପୂର୍ବ ଭାରତରେ ଷ୍ଟୋର୍‌ ସଂଖ୍ୟାକୁ ୫୦ରେ ପହଞ୍ଚାଇବା ଲକ୍ଷ୍ୟ ରହିଛି। ଏହି ସୋ’ରୁମ୍‌ରେ ହସ୍ତତନ୍ତ୍ର ଶାଢ଼ି ସହିତ ମହିଳାଙ୍କ କୁର୍ତି, ଚୁଡ଼ିଦାର, ଦୁପଟ୍ଟା, ଡ୍ରେସ୍‌ ଏବଂ ପୁରୁଷଙ୍କ ପାଇଁ ଜ୍ୟାକେଟ୍‌, ସାର୍ଟ ଏବଂ କୁର୍ତା ଆଦି ଉପଲବ୍ଧ କହେଉଛି ବୋଲି ଅନ୍ୟତମ ନିର୍ଦେଶକ ଅମିତ୍‌ ଅଗ୍ରଓ୍ଵାଲ ଓ ଗୁରୁଦର୍ଶନ ସିଂହ କହିଛନ୍ତି।

ସମ୍ବନ୍ଧିତ ଖବର