ବିମାନ କମ୍ପାନିଙ୍କ ନୂଆବର୍ଷ ଉପହାର! ଶସ୍ତା ହେଲା ଘରୋଇ ଓ ବିଦେଶୀ ଉଡ଼ାଣ, ୮୯୯ରୁ ଭଡ଼ା ଆରମ୍ଭ

ନୂଆଦିଲ୍ଲୀ: ଉଭୟ ଭାରତ ଓ ଭାରତ ବାହାରକୁ ବିମାନରେ ଯାତ୍ରା କରିବା ଏଣିକି ସହଜ ହୋଇପଡ଼ିବ। ନିକଟରେ ଘରୋଇ ଓ ଅନ୍ତର୍ଜାତୀୟ ସମସ୍ତ ବିମାନ ଭଡ଼ା କମ୍‌ କରି ଦିଆଯାଇଛି ବୋଲି ସୂଚନା ରହିଛି। ତେବେ, ଭିନ୍ନ ଭିନ୍ନ ବିମାନରେ ଯାତ୍ରା କରିବା ପାଇଁ ଭିନ୍ନ ଭଡ଼ା ରହିଛି।

ଇଣ୍ଡିଗୋ ବିମାନରେ ଆସନ୍ତା ରବିବାର ପର୍ଯ୍ୟନ୍ତ ଟିକେଟ୍‌ କାଟିବା ପାଇଁ ସ୍ୱତନ୍ତ୍ର ଅଫର୍‌ ରହିଛି। ଘରୋଇ ବିମାନ ଭଡ଼ା ସର୍ବ ନିମ୍ନ ୮୯୯ରୁ ଆରମ୍ଭ ହେଉଥିବା ବେଳେ ଅନ୍ତର୍ଜାତୀୟ ଭଡ଼ା ୩,୩୯୯ ଟଙ୍କାରୁ ଆରମ୍ଭ। ଏହି ଅଫର୍‌ ଜରିଆରେ ଜାନୁଆରି ୨୪ ତାରିଖରୁ ଏପ୍ରିଲ ୧୫ ଭିତରେ ଉଡ଼ାଣ ଭରି ହେବ।

ସେହିପରି ଗୋଇଣ୍ଡିଆ ବିମାନ ଟିକେଟ୍‌ ଆସନ୍ତା ଶୁକ୍ରବାର ସୁଦ୍ଧା କରିହେବ। ଏହି ବିମାନର ସର୍ବନିମ୍ନ ଭଡ଼ା ରହିଛି ୯୯୯ ଟଙ୍କା। ଜାନୁଆରି ୨୫ରୁ ସେପ୍ଟମ୍ବର ୨୯ ତାରିଖ ଭିତରେ ଯାତ୍ରା କରି ହେବ। ଜେଟ୍‌ ଏୟାର୍‌ଓ୍ଵଏଜ୍‌ରେ ବି ଏହି ଅଫର୍‌ ଥିବା ସୂଚନା ରହିଛି।

ଏହା ବ୍ୟତୀତ କ୍ୱାଟର ଏୟାର୍‌ଓଏଜ୍‌, ବ୍ରିଟିଶ ଏୟାର୍‌ଓଏଜ୍‌, ଆବୁଧାବି ଆଧାରିତ ଏଟିହାଡ ଏୟାର୍‌ଓଏଜ୍‌ ଆଦିରେ ମଧ୍ୟ ଏହି ଅଫର୍‌ ଉପଲବ୍ଧ। ବ୍ରିଟିଶ ଏୟାର୍‌ଓଏଜରେ ଇକୋନୋମି ଓ ଭିଜିନେସ୍‌ କ୍ଲାସ ପାଇଁ ୩୫ ଓ ୨୫ ପ୍ରତିଶତ ଭଡ଼ା କମ ରହିଛି।

ସମ୍ବନ୍ଧିତ ଖବର