ନୂଆଦିଲ୍ଲୀ: ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲିଙ୍କର ଆଜି ପରଲୋକ ହୋଇଯାଇଛି। ଜେଟଲିଙ୍କ ପରଲୋକରେ ଭାରତୀୟ ଉଦ୍ୟୋଗଜଗତ ଶୋକବ୍ୟକ୍ତ କରିଛି। ଶୋକବ୍ୟକ୍ତ କରିଥିବା କର୍ପୋରେଟ୍ ଜଗତର ବ୍ୟକ୍ତିମାନଙ୍କ ମଧ୍ୟମରେ କିରଣ ମଜୁମଦାର ସ’ଙ୍କଠାରୁ ଆରମ୍ଭ କରି ଆନନ୍ଦ ମହିନ୍ଦ୍ରା, ହର୍ଷ ଗୋଏଙ୍କା ପ୍ରମୁଖ ରହିଛନ୍ତି। ଯୁବସୁଲଭ ଏବଂ ଚଳଚଞ୍ଚଳ ରାଜନେତାଙ୍କ ଜୀବନ ସଂକ୍ଷିପ୍ତ ହୋଇଯିବା ଅତ୍ୟନ୍ତ ଦୁଃଖର ବିଷୟ। ଦେଶର ବିକାଶ ପାଇଁ ସେ ଆହୁରି ଅଧିକ ଯୋଗଦାନ ରଖିଥାନ୍ତେ
-କିରଣ ମଜୁମଦାର ସ, ସିଏମଡି, ବାୟୋକନ୍
ଯିଏ ଦୃଢ଼ ଆତ୍ମପ୍ରତ୍ୟୟ ସହ ବଞ୍ଚିଥିଲେ ଏବଂ ଯାହାଙ୍କ ଜୀବନ ଦେଶ ପାଇଁ ଉତ୍ସର୍ଗୀକୃତ ଥିଲା ତାହାଙ୍କୁ ମୁଁ ସଲାମ ଜଣାଉଛି। ତାଙ୍କର ଆତ୍ମାକୁ ପ୍ରାର୍ଥନା କରୁଛି।
-ଆନନ୍ଦ ମହିନ୍ଦ୍ରା, ଅଧ୍ୟକ୍ଷ, ମହିନ୍ଦ୍ରା ଗ୍ରୁପ୍
ଦେଶ ଜଣେ ଉତ୍ତମ ସାଂସଦଙ୍କୁ ହରାଇଲା। ସେ ଆଧୁନିକ ବିଜେପିର ପ୍ରତିଷ୍ଠାତା ଭାବେ ମନେ ରହିବେ। ସାହସିକତାର ସହିତ ଜିଏସଟି ଏବଂ ଅନ୍ୟାନ୍ୟ ସଂସ୍କାରକୁ କାର୍ଯ୍ୟକାରୀ କରିଥିଲେ।
-ହର୍ଷ ଗୋଏଙ୍କା, ଅଧ୍ୟକ୍ଷ, ଆର୍ପିଜି ଏଣ୍ଟରପ୍ରାଇଜେସ୍
ମହାନ ଭାରତୀୟ ଅରୁଣ ଜେଟଲି ଆମକୁ ଛାଡ଼ି ଚାଲିଗଲେ। ସେ ସବୁବେଳେ ଭାରତ ପାଇଁ କାର୍ଯ୍ୟ କରୁଥିଲେ। ସେ ଏକ ନୂଆ ଭାରତର ସ୍ବପ୍ନ ଦେଖିଥିଲେ ଯେଉଁଥିରେ ଆମେ ସମେସ୍ତ ଆମର ସ୍ବପ୍ନ ପୂରଣ କରିପାରିଥାନ୍ତେ।
-ମୋହନଦାସ ପାଇ, ଇନଫୋସିସ୍ ସହ ପ୍ରତିଷ୍ଠାତା
ଜେଟଲିଙ୍କ ବିୟୋଗରେ ଉଦ୍ୟୋଗ ଜଗତର ଶୋକ
/sambad/media/post_attachments/wp-content/uploads/2019/07/arun-jetly.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)