ଆପଣ ନିଶ୍ଚୟ ଜାଣିଥିବେ ଯେ ଧନତେରସରେ କିଛ ନା କିଛି ସୁନା କିଣିବାକୁ ଭାରତୀୟ ପରମ୍ପରାରେ ଶୁଭ ମନାଯାଏ। ଆପଣ ବି ଯଦି ସୁନା କିଣିବାକୁ ଚାହାନ୍ତି ତେବେ ୩ଟି ଦିଗକୁ ଧ୍ୟାନ ଦିଅନ୍ତୁ। ଫଳରେ ଆପଣ ଶସ୍ତାରେ ସୁନା କିଣିପାରିବେ। ଟଙ୍କା କମ୍ ଥଲେ ବି ଗଣହା ମନ ପସନ୍ଦର ପାଇବାର କେତୋଟି ଉପାୟ ନିମ୍ନରେ ଉଲ୍ଲେଖ କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ପାର୍ବଣ ଋତୁରେ ସମସ୍ତ ଜୁଏଲର୍ସ ଅନେକ ଅଫର ନେଇ ଆସନ୍ତି। ଏଥର ମଧ୍ୟ କିଛି ଏପରି ହୋଇପାରେ। ଏହି ଅଫରରେ ଆପଣଙ୍କୁ ମାଗଣା ସୁନାଠାରୁ ଆରମ୍ଭ କରି ଶସ୍ତାରେ ସୁନା କିଣିବାର ବିକଳ୍ପ ମିଳେ। ତେବେ ଆସନ୍ତୁ ଜାଣିବା କିଛି ଭଲ ଅଫର ସଂପର୍କରେ।
କଲ୍ୟାଣ ଜୁଏଲର୍ସ ଆପଣଙ୍କୁ ଧନତେରସ ଅବସରରେ ସୁନା କିଣିବା ପରେ ଅଧା କିଲୋ ସୁନା ଜିତିବାର ସୁଯୋଗ ଦେଉଛି। ସୀମିତ ସମୟରେ ଚାଲୁଥିବା ଏହି ଅଫର ଅନୁସାରେ ଆପଣ କଲ୍ୟାଣ ଜୁଏଲର୍ସରୁ ସୁନା କିଣୁଛନ୍ତି, ତେବେ ଆପଙ୍କୁ ଏକ ପ୍ରମୋ ନମ୍ବର ଦିଆଯିବ। ଏହି ଲକି ନମ୍ବର ଆପଣଙ୍କୁ ସବୁ ସପ୍ତାହରେ ଅଧା କିଲୋ ସୁନା ଜିତାଇପାରେ।
କଲ୍ୟାଣ ଜୁଏଲର୍ସ ପରି ଗୀତାଞ୍ଜଳୀ ଜୁଏଲର୍ସ ମଧ୍ୟ ଆପଣଙ୍କୁ ଶସ୍ତାରେ ସୁନା କିଣିବାର ସୁଯୋଗ ଦେଉଛି। ଏଠାରେ ଆପଣ ସୁନା କିଣିଲେ ଆପଣଙ୍କୁ ୧୫ ପ୍ରତିଶତ ରିହାତି ମିଳବି। ମାତ୍ର ଏକ ଟଙ୍କାରେ ସୁନା ବ୍ରିକି କରୁଥିବା ପେଟିଏମ ଗୋଲ୍ଡ ମଧ୍ୟ ‘ପେଟିଏମ୍ ଗୋଲ୍ଡ ସେଲ୍’ ଅଫର ଉପସ୍ଥାପନ କରିଛି। ଏହି ଅବସରରେ କମ୍ପାନୀ ୧୦ ହଜାର ଟଙ୍କାରେ ସୁନା କିଣିଲେ ଆପଣ ପାଇବେ ୩ ପ୍ରତିଶତ ରିହାତି ସୁନା। ଆପଣଙ୍କ ପସନ୍ଦଯୋଗ୍ୟ ଗହଣା କିଣିବା ପାଇଁ ଯଦି ଏବେ ଆପଣଙ୍କ ପାଖରେ ପୂରା ଟଙ୍କା ନାହିଁ, ତେବେ ଆପଣ ଧନତେରସରେ କିସ୍ତିରେ ଟଙ୍କା ପଇଠ କରିବାର ବିକଳ୍ପ ବାଛନ୍ତୁ। ଅନେକ ଜୁଏଲର୍ସ କିସ୍ତିରେ ସୁନା କିଣିବାର ସୁଯୋଗ ଦେଉଛି।
ମଣପୁରମ ଗୋଲ୍ଡ ଓ ଗୀତାଞ୍ଜଳୀ ଜୁଏଲର୍ସ ପରି ଅନେକ ଜୁଏଲର୍ସ ଆପଣଙ୍କୁ ୧୦ରୁ ୧୨ ମାସର ଇଏମଆଇରେ ସୁନା କିଣିବାର ସୁଯୋଗ ଦିଅନ୍ତି। ଏହା ବ୍ୟତୀତ ସ୍ଥାନୀୟ ଜୁଏଲର୍ସ ମଧ୍ୟ ଅନେକ ଏପରି ସ୍କିମ ଚାଲୁଛି। ଯଦି ଆପଣ ବଡ଼ ବ୍ରାଣ୍ଡରୁ ସୁନା କିଣବା ପାଇଁ ଚାହୁଁ ନାହାନ୍ତି, ତେବେ ଛୋଟ ଛୋଟ ଦୋକାନ ମଧ୍ୟ ଏବେ ଅଫର ଦିଅନ୍ତି। ସେଠାରୁ ଆପଣ ସୁନା କିଣିପାରିବେ।