ଗୁଜବ ନୁହେଁ ସତ୍ୟ : ଦୀପାବଳିରେ ମାତ୍ର ଏକ ଟଙ୍କାରେ କିଣି ପାରିବେ ସୁନା

ନୂଆଦିଲ୍ଲୀ: ସୁନା କିଣିବା ପାଇଁ ମନରେ ଇଚ୍ଛା ଆସିଥିଲେ ହେଁ ଏଥିପାଇଁ ଅର୍ଥ ବି ସେମିତି ମୋଟା ରକମର ଆବଶ୍ୟକ ହୋଇଥାଏ। କିନ୍ତୁ ଏବେ ସମୟ ବଦଳି ଯାଇଛି। ଏଣିକି ଆପଣ ବ୍ୟାଙ୍କ ଆକାଉଣ୍ଟରେ ଏକ ଟଙ୍କା ଥିଲେ ବି ସୁନା କ୍ରୟ କରି ପାରିବେ। ଏହି କଥା ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ, ଡିଜିଟାଲ ଫାଇନେନ୍‌ସିୟଲ୍‌ ସର୍ଭିସ୍‌ ପ୍ଲେଟଫର୍ମ ମୋବିକ୍ୱିକ୍‌ ନିଜ ଆପ୍‌ରେ ଡିଜିଟଲ ଗୋଲ୍ଡର ଲଞ୍ଚର ଘୋଷଣା କରିଛି। ଦୀପାବଳି ପୂର୍ବରୁ ଏହି ନୂଆ ଫିଚର ନିଜ ଆପ୍‌ ସହିତ ଯୋଡ଼ିବା ପାଇଁ କମ୍ପାନି ଦାବି କରିଛି।

ପାର୍ବଣ ସମୟରେ ମୋବିକ୍ୱିକ୍‌ ସୁନାର କ୍ରୟବିକ୍ରିକୁ ନେଇ ସେଫ ଗୋଲ୍ଡ ସହିତ ହାତ ମିଳାଇଛି। ସୁନା ପାଇଁ ମୋବିକ୍ୱିକ୍‌ ଏକ ଅଲଗା ଶ୍ରେଣୀ ବନାଇଛି। ମୋବିକ୍ୱିକ୍‌ ଆପ୍‌ ବ୍ୟବହାର କରୁଥିବା ବ୍ୟବହାରକାରୀ ନିଜ ଇଚ୍ଛା ଅନୁଯାୟୀ ସୁନା କିଣି ପାରିବେ।

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏଥିରେ ସୁନା କ୍ରୟ କରିବାର ୨୪ଘଣ୍ଟା ପରେ ବି ଏହି ସୁନାକୁ ବିକ୍ରି କରି ପାରିବେ। କ୍ରୟ କରିବା ପରେ ଗ୍ରାହକଙ୍କ ‘ମୋବିକ୍ୱିକ୍‌ ଗୋଲ୍ଡ’ ଆକାଉଣ୍ଟରେ ସୁନା ଆସି ଯାଇଥାଏ। ସୁନା ବିକ୍ରି କରିବା ମାମଲାରେ ଗ୍ରାହକଙ୍କୁ ଆପ୍‌ରୁ ବ୍ୟାଙ୍କ ଆକାଉଣ୍ଟ କିମ୍ବା ମୋବିକ୍ୱିକ୍‌ ଓ୍ଵାଲେଟରେ ଟଙ୍କା ପ୍ରାପ୍ତି କରିବାର ବିକଳ୍ପ ମିଳିବ।

ମୋବିକ୍ୱିକ୍‌ର ସହ-ସଂସ୍ଥାପକ ଓ ଡାଇରେକ୍ଟର ଉପାସନା ତାକୁଙ୍କ କହିବାନୁସାରେ, ପାର୍ବଣ ଋତୁ ଆରମ୍ଭ ହୋଇଯାଇଛି। ଏହାକୁ ଦୃଷ୍ଟିରେ ରଖି ଗୋଲ୍ଡ କାଟାଗୋରି ଲଞ୍ଚ କରାଯାଇଛି, ଯାହାକି ଏଥିପାଇଁ ସଠିକ୍‌ ସମୟ ରହିଛ। ପ୍ରାରମ୍ଭିକ ୧୫ଦିନରେ ଆମକୁ ଭଲ ପ୍ରତିକ୍ରିୟା ଆାସିଛି ଓ ୭କିଗ୍ରା ସୁନା ବିକ୍ରି ହୋଇ ସାରିଛି।

 

ସମ୍ବନ୍ଧିତ ଖବର