ଦୀପାବଳିରେ ହୀରା କିଣୁଛନ୍ତି କି ? ଠକାମୀରେ ନପଡିବା ପାଇଁ କେଉଁ ପ୍ରମାଣପତ୍ର ଦେଖିବେ ଜାଣନ୍ତୁ

ଭୁବନେଶ୍ୱର : ଏହି ଉତ୍ସବ ଋତୁରେ କେବଳ ଆଇଜିଆଇ ସାର୍ଟିଫାଏଡ୍‌ ହୀରା କିଣିବାକୁ ଅନ୍ତର୍ଜାତିକ ଜେମୋଲୋଜିକାଲ୍‌ ଇନଷ୍ଟିଚ୍ୟୁଟ୍‌ (ଆଇଜିଆଇ) ପକ୍ଷରୁ ଗ୍ରାହକମାନଙ୍କୁ ଆହ୍ଵାନ ଦିଆଯାଇଛି। ଏ ସଂକ୍ରାନ୍ତରେ ସଚେତନତା ସୃଷ୍ଟି କରିବା ପାଇଁ ଏହି ଅନୁଷ୍ଠାନ ପକ୍ଷରୁ ଦେଶର ପ୍ରମୁଖ ଜୁଏଲାରୀ ପ୍ରତିଷ୍ଠାନଗୁଡ଼ିକ ସହିତ ସହବନ୍ଧନ ସ୍ଥାପନ କରାଯାଇଛି। ଆଇଜିଆଇ ହେଉଛି ହୀରା, ରତ୍ନ ପଥର ଓ ଗହଣାକୁ ଗ୍ରେଡିଂ ପ୍ରଦାନ କରିବାର ବିଶ୍ୱ ସ୍ତରୀୟ ସଂସ୍ଥା। ଏହା ପକ୍ଷରୁ ମାସାଧିକ କାଳ ଅଭିଯାନ ‘ଏକ ବିଲିଅନ୍‌ ବର୍ଷ ପୁରୁଣା ହୀରା ନିଜର କରନ୍ତୁ’ ନାମକ ଅଭିଯାନ ଚାଲୁ ରହିଛି ଯାହା ନଭେମ୍ବର ୫ ପର୍ଯ୍ୟନ୍ତ ଚାଲିବ। ନବରାତ୍ରୀ ଠାରୁ ଆରମ୍ଭ ହୋଇ ଦୀପାବଳି ପର୍ଯ୍ୟନ୍ତ ପ୍ରାୟ ସବୁ ପ୍ରମୁଖ ଉତ୍ସବ ସମୟରେ ଏହା ସଚେତନତା ସୃଷ୍ଟି କରିଛି ଓ କରିବ। ପ୍ରାକୃତିକ ହୀରା ଉପରେ ଗ୍ରାହକମାନଙ୍କ ବିଶ୍ୱାସ ବଢ଼ାଇବ ପାଇଁ ଆଇଜିଆଇ ଏହି ଅଭିଯାନ ଆରମ୍ଭ କରିଛି। ହୀରା ସୃଷ୍ଟି ହେବା ପାଇଁ ଶହେ ବର୍ଷରୁ ଅଧିକ ସମୟ ଲାଗିଯାଏ। ଏହି ଅଭିଯାନ ଜରିଆରେ ଆଇଜିଆଇ ଓ ଏହାର ପାର୍ଟନର୍‌ ଗହଣା ସଂସ୍ଥାଗୁଡ଼ିକ ଗ୍ରାହକଙ୍କୁ ଏହା ଜଣାଇବାକୁ ପ୍ରୟାସ କରୁଛନ୍ତି ଯେ କିଭଳି ସେମାନେ କିଣୁଥିବା ହୀରା ବିଭିନ୍ନ ସ୍ତର ଦେଇ ଗତି କରିଛି ଓ ସେମାନେ ଏକ ଅସୀମ କାହାଣୀ ଅଂଶ ହେବାକୁ ଯାଉଛନ୍ତି । ପ୍ରକୃତରେ ପୃଥିବୀର ଜୀବ ଜଗତର ଜୀବନଠାରୁ ହୀରାର ଜୀବନ ପୁରୁଣା ବୋଲି କୁହାଯାଏ। ପ୍ରାକୃତିକ ହୀରା ଓ ଅନ୍ୟ ପ୍ରକାର ହୀରା ଭିତରେ ଥିବା ପ୍ରଭେଦକୁ ଜାଣିବା ପାଇଁ ଆଇଜିଆଇ ପାଖରେ ସମସ୍ତ ପ୍ରକାର ବୈଜ୍ଞାନିକ ଉପକରଣ ରହିଛି। ଆଇଜିଆଇ ଏହା ନିଶ୍ଚିତ କରୁଛି ଯେ ଏହାର ସାର୍ଟିଫିକେସନ୍‌ ଥିବା ପ୍ରତିଟି ହୀରା ପ୍ରାକୃତିକ ହୋଇଥାଉ ଓ ଏହା ସୃଷ୍ଟି ହେବା ପାଇଁ ବିଲିଅନ୍‌ ବର୍ଷ ଲାଗିଥାଉ। ବିଲିଅନ୍‌ ବର୍ଷ ପୁରୁଣା ହୀରା କିଣିବାକୁ ଚାହୁଁଥିଲେ ଆଇଜିଆଇ ସାର୍ଟିଫାଏଡ୍‌ ହୋଇଥିବା ହୀରା ମାଗନ୍ତୁ ।

ସମ୍ବନ୍ଧିତ ଖବର