କ୍ୟାବିନେଟ୍‌ ନିଷ୍ପତ୍ତି:ଝୋଟର ଏମ୍‌ଏସ୍‌ପି ବଢ଼ିଲା

ପୁନର୍ଗଠିତ ରାଷ୍ଟ୍ରୀୟ ବାଉଁଶ ମିସନକୁ ମଞ୍ଜୁରି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍‌ କମିଟି ବୈଠକରେ ୨୦୧୮-୧୯ ପାଇଁ ଝୋଟର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି) ବୃଦ୍ଧି ପ୍ରସ୍ତାବକୁ ମଞ୍ଜୁରି ପ୍ରଦାନ କରାଯାଇଛି। ଅଶୋଧିତ ଝୋଟର କ୍ୱିଣ୍ଟାଲ୍‌ ପିଛା ମୂଲ୍ୟ ୩୭୦୦ ଟଙ୍କାକୁ ବୃଦ୍ଧି ପାଇଛି। ଗତବର୍ଷ ଏହି ଦର ୩୫୦୦ ଟଙ୍କା ଥିଲା। ଏହା ଦ୍ୱାରା ଝୋଟ ଚାଷୀମାନଙ୍କୁ ଉତ୍ପାଦନର ଉଚିତ ମୂଲ୍ୟ ମିଳିବ ବୋଲି ସରକାର ଆଶା ରଖିଛନ୍ତି।

ନୂଆଦିଲ୍ଲୀ: ପୁନର୍ଗଠିତ ରାଷ୍ଟ୍ରୀୟ ବାଉଁଶ ମିସନକୁ ମଞ୍ଜୁରି ମିଳିଛି। ୨୦୧୯-୨୦ ପର୍ଯ୍ୟନ୍ତ ଏହି ମିସନ ଜାରି ରହିବ। ୨୦୧୮-୨୦୨୦ ପର୍ଯ୍ୟନ୍ତ ଏବାବଦରେ ୧୯୨୦ କୋଟି ଟଙ୍କା ଖର୍ଚ ହେବ। ସେଥିରେ କେନ୍ଦ୍ରୀୟ ଅନୁଦାନର ମାତ୍ରା ହେଉଛି ୯୫୦ କୋଟି ଟଙ୍କା। ଏହି ମିସନରେ ଅଧିକ ଏକ ଲକ୍ଷ ହେକ୍ଟରରେ ଚାରା ରୋପଣ ପାଇଁ ଲକ୍ଷ୍ୟ ରଖାଯାଇଛି। ଏହା ଦ୍ୱାରା ଲକ୍ଷେ ଚାଷୀ ଲାଭବାନ ହେବେ। ଏହି ମିସନ ଦ୍ୱାରା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ କୃଷକ, କାରିଗର ଓ ବାଉଁଶ କ୍ଷେତ୍ରରେ କାମ କରୁଥିବା ଲୋକମାନେ ଲାଭବାନ ହେବେ। ଓଡ଼ିଶା ସମେତ ଦେଶର ଯେଉଁ ରାଜ୍ୟଗୁଡ଼ିକରେ ବାଉଁଶ କ୍ଷେତ୍ରର ବିକାଶ ଅର୍ଥନୈତିକ ଓ ସାମାଜିକ ପ୍ରଗତି ସହିତ ଜଡ଼ିତ ସେଠାରେ ଏହି ମିସନକୁ ଅଧିକ ଗୁରୁତ୍ୱ ଦିଆଯିବ।

ସମ୍ବନ୍ଧିତ ଖବର