୧.୨ ଲକ୍ଷ ଟନ୍ ପିଆଜ ଆମଦାନି ହେବ

ନୂଆଦିଲ୍ଲୀ : ଖାଦ୍ୟ ମନ୍ତ୍ରଣାଳୟ ତରଫରୁ ୧.୨ ଲକ୍ଷ ଟନ୍ ପିଆଜ ଆମଦାନି କରିବା ଲାଗି ନିକଟରେ ଯେଉଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା ଆଜି ତାହାକୁ କେନ୍ଦ୍ର କ୍ୟାବିନେଟ୍‌ର ଅନୁମୋଦନ ମିଳିଛି। ପିଆଜର ଖୁଚୁରା ଦର କମ୍ କରିବା ଓ ଉପଲବ୍ଧତା ବଢ଼ାଇବା ଲାଗି ଏକ ଲକ୍ଷ ଟନ୍ ପିଆଜ ଆମଦାନି କରାଯିବ ବୋଲି ଚଳିତ ମାସ ୧୬ ତାରିଖରେ କେନ୍ଦ୍ର ଖାଦ୍ୟ ଓ ଉପଭୋକ୍ତା ବ୍ୟାପାର ମନ୍ତ୍ରୀ ରାମ ବିଳାସ ପାଶୱାନ ଘୋଷଣା କରିଥିଲେ। ୪୦୦୦ ଟନ୍ ପିଆଜ କିଣିବା ଲାଗି ଏମ୍‌ଏମ୍‌ଟିସି ତରଫରୁ ‌ଟେଣ୍ଡର୍‌ ଜାରି କରାଯାଇଛି। ପିଆଜ ଆମଦାନିର ନିୟମକୁ ମଧ୍ୟ କୋହଳ କରାଯାଇଛି। ଘରୋଇ ସଂସ୍ଥାଙ୍କୁ ମଧ୍ୟ ପିଆଜ ଆମଦାନି କରିବାକୁ କୁହାଯାଇଛି। ପିଆଜର ରପ୍ତାନି ଉପରେ କଟକଣା ଲଗାଯାଇଥିବା ବେଳେ ବ୍ୟବସାୟୀଙ୍କ ପାଇଁ ପିଆଜ ମହଜୁଦ ରଖିବାର ସୀମା ନିର୍ଧାରଣ କରାଯାଇଛି।

ସମ୍ବନ୍ଧିତ ଖବର