କ୍ୟାବିନେଟ୍‌ ନିଷ୍ପତ୍ତି: ଘରୋଇ ସଂସ୍ଥା ବିକିପାରିବେ କୋଇଲା

ନୂଆଦିଲ୍ଲୀ, : ବାଣିଜ୍ୟିକ କୋଇଲା ଖଣି କ୍ଷେତ୍ରକୁ ସରକାର ଘରୋଇ ସଂସ୍ଥାଙ୍କ ପାଇଁ ଉନ୍ମୁକ୍ତ କରିଛନ୍ତି। ଏବେ ଦେଶରେ ଏକମାତ୍ର ସରକାରୀ କଂପାନି କୋଲ୍‌ ଇଣ୍ଡିଆ କୋଇଲାକୁ ଉତ୍ତୋଳନ କରି ବଜାରରେ ଅନ୍ୟ ସଂସ୍ଥାଙ୍କୁ ବିକ୍ରି କରିପାରୁଛି। ଆଗାମୀ ଦିନରେ ଘରୋଇ ସଂସ୍ଥା ମଧ୍ୟ ସେହି କାମ କରିପାରିବେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍‌ କମିଟି (ସିସିଇଏ)ରେ ଏହି ନିଷ୍ପତ୍ତି ଗ୍ରହଣ କରାଯାଇଛି। ଆଗାମୀ ଦିନରେ ଦେଶର କୋଇଲା ଉତ୍ପାଦନ ଓ ବିକ୍ରି କ୍ଷେତ୍ରରେ ଉଭୟ ସ୍ଥାନୀୟ ଏବଂ ବିଦେଶୀ କଂପାନି ପ୍ରବେଶ କରିପାରିବେ। ଏହା ଦ୍ୱାରା କୋଇଲା କ୍ଷେତ୍ରରେ ପ୍ରତିଦ୍ୱନ୍ଦିତା ବଢ଼ିବ।

ସମ୍ବନ୍ଧିତ ଖବର